ଚୋରାଚାଳଣ ବେଳେ ଜଙ୍ଗଲରୁ ଶାଗୁଆନ କାଠ ଜବତ

0 233

ଗଂଜାମ , ୨୭/୧୧(ଏସଏସନିୟୁଜ) ଜଙ୍ଗଲରୁ ଶାଗୁଆନ ଗଛ କାଟି ତାକୁ ଚୋରାଚାଳଣ କରିବାକୁ ଉଦ୍ୟମ କରୁଥିବାବେଳେ ଟ୍ରାକ୍ଟର ବୋଝେଇ କାଠକୁ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ ।କିନ୍ତୁ କୈାଶଳକ୍ରମେ ଚାଳକସହ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତିା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ସୋଲଣ୍ଡି ସଂରକ୍ଷିତ ଜଙ୍ଗଲରେ ଶାଗୁଅନ କାଠ ଚୋରାଚାଳଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀମାନେ ଚଢ଼ଉ କରି କାଠବେଝେଇ ଟ୍ରାକ୍ଟରକୁ ଜବତକରିଥିଲେ ।ଜବତ କାଠର ଆନୁମାନିକ ମୁଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଭଂଜନଗର ଉତ୍ତର ଘୁମୁସର ଗାଙ୍ଗପୁର ବନବିଭାଗ ପକ୍ଷରୁ ଶିଆରିମାଳ ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ୧୧ ଟି ଶାଗୁଆନ ଗଣ୍ଡି ଜବତ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.