ସର୍ଟସର୍କିଟରେ ଜଳିଗଲା ୬ବଖରା ଚାଳଘର

0 331

ମେଣ୍ଢାଶାଳ,୨୭/୧୧(ଏସଏସନିୟୁଜ)ଶୁକ୍ରବାରବିଳମ୍ବିତ ରତିରେ ଚନ୍ଦକାଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଆଦିବାସୀସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୬ବଖରା ଘର ପୋଡିଯାଇଛି ।ଗ୍ରାମର ଲକ୍ଷ୍ମୀମାଝୀ ଓ ଗଣେଶ ମାଝୀଙ୍କ ଚାଳଘରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଘରମଧ୍ୟରେ ଥିବା ଆସବାସ ପତ୍ର ସହ ଧାନଚାଉଳ,ବାସନକୁସନ,ଲୁଗାପଟା ସବୁ ପୋଡି ପାଉଁଶ ହୋଇଯାଇଛି । ଖବର ମିଲିବାପରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକ ଅମରେନ୍ଦ୍ର ମହାରଥି ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରିବା ସହ ବିପନ୍ନ ପରିବାରକୁ ପଲଥିନ ପ୍ରଦାନ କରିଛନ୍ତି ।ଅନ୍ୟପଟେ ମେଣ୍ଢାଶାଳ ଗ୍ରାମର ନାରୀନେତ୍ରୀ କୈାଶଲ୍ୟାବଳିଆରସିଂ ପିନ୍ଧାଲୁଗାସହ ଅର୍ଥ,ଯୁବନେତା ସଂଗ୍ରାମ କେଶରୀ ପ୍ରଧାନ ରେସନସାମଗ୍ରୀ,ପୁର୍ବତନ ସମିତିସଭ୍ୟ ସତ୍ୟସୁନ୍ଦରସାହୁ,ସମାଜସେବୀ ତଥା ପୁର୍ବତନବାୟୁସେନା ଅଧିକାରୀପ୍ରଭାତକୁମାର ରାଉତରାୟ ସହାୟତାର ହାତ ବଢାଇଛନ୍ତି ।ଏହି ଅଗ୍ନିକାଣ୍ଡ ଯୋଗୁ ବାସଗୃହ ହରାଇ ଲକ୍ଷ୍ମୀଧରମାଝୀ,ଶାନ୍ତିମାଝୀ,ରମଣୀମାଝି,ଗଣେଶମାଝୀ,ରାଜୁମାଝୀ,ଅର୍ଜ୍ଜୁନମାଝୀ ଶୀତକାକରରେ ପଡିରହିଛନ୍ତି ।ସରକାରଙ୍କ ତରଫରୁ ସେମାନଙ୍କୁ ଗୃହ ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.