ଚୋରି କରିବାକୁ ଆସି ଗାଁଲୋକଙ୍କ ହାବୁଡରେ ପଡିଲେ ୪ ଯୁବକ

0 232

ବାଲିପାଟଣା, ୧୮/୮(ଏସଏସନିୟୁଜ)ଗତକାଲି ବିଳମ୍ବିତ ରାତିରେ ପୋଇଝାରି ଗାଁ କୁ ଚୋରି କରିବାକୁ ଆସି ଗାଁ ଲୋକଙ୍କ ହାବୁଡରେ ପଡିଛନ୍ତି ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା , ଚନ୍ଦନ ବେହେରା, ବାଦଲ ଭୋଇ ଏବଂ ରାହୁଲ ଭୋଇ ।ଏହି୪ ଜଣ ଯୁବକକୁ ଗ୍ରାମବାସୀମାନେ ଧରି ପୁଲିସର ଜିମା ଦେଇଛନ୍ତି । ପୋଇଝାରି ଗ୍ରାମର ପଵନୀ ଜେନା, ମୃତ୍ୟୁଞ୍ଜୟ ଜେନା ଏବଂ ବିଜୟ ଜେନାଙ୍କ ଘରେ ଏମାନେ ପଶି ଚୋରୀ କରିଥିଲେ ।ପରିବାର ଲୋକ ଉଠିବାର ଜାଣିପାରି ଖସିଆସିଥିଲେ ।ଏବିଷୟ ଜଣାପଡିବାପରେ ଗ୍ରାମର କିଛି ଯୁବକ ଜଗିରହିଥିଲେ । ପୁଣିଥରେ ଏମାନେ ଚୋରୀକରିବାକୁ କିଛି ସମୟବ୍ୟବଧାନରେ ଆସୁଥିବାବେଳେ ଯୁବକମାନେ ସେମାନଙ୍କୁ ଧରି ଉତମମଧ୍ୟମ ଦେଇ ୪ଜଣଙ୍କୁ କବୁ କରିଥିଲେ ।ପୋଲିସ ୪ଜଣଙ୍କ ସମେତ ୨ଟି ବାଇକ ଜବତ କରିଛି ।

Leave A Reply

Your email address will not be published.