କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

0 359

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ୧୦୮ଆମ୍ବୁାଲନ୍ସକୁ ଡାକି କଟକ ବଡ଼ମେଡିକାଲ ପଠାଇଥିଲେ ।ଏହି ଖବର ପ୍ରଚାରିତହେବାପରେ ଗ୍ରାମବାସୀମାନେ ରାସ୍ତାରେ ଧାରଣାରେ ବସିଥିଲେ । ଗୋବିନ୍ଦପୁର କଲେଜଅଧ୍ୟକ୍ଷ ଗଗନବେଉରା ମଧ୍ୟ ଘଟଣାସ୍ଥଳରେ ପହଂଚି ଧାରଣାରେ ବସିଥିଲେ ।ଖବରପାଇ କଟକ ସଦରଥାନା ଆଇଆଇସି ରଶ୍ମିରଞ୍ଜନମହାପାତ୍ରଙ୍କ ସମେତ ବ୍ଲକ ପ୍ରଶାସନ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.