ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

0 251

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ମାନସିକଶାନ୍ତି ପ୍ରଦାନ କରିବାସହ ମସ୍ତିଷ୍କକୁ ସୁସ୍ଥରଖିଥାଏ। ଏହାସହ ଭିଟାମିନ-ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିଥାଏ।
ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲଗୁଣ ସହ ଏହା ପାଚନପାଇଁ ମଧ୍ୟ ଉପକାରୀ। ଏଥିରେଥିବା ଏକପ୍ରକାର ପୋଷକତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂରକରିଥାଏ। ଏହି ପତ୍ରକୁ ବ୍ୟବହାରଦ୍ୱାରା ଥଣ୍ଡା,ଜ୍ୱର,କାଶଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂରକରିଥାଏ।
ପୁଦିନାପତ୍ରରେ ବିଭିନ୍ନ ପୋଷକତତ୍ତ୍ୱ ଭରପୁର ପରିମାଣରେରହିଛି। ପୁଦିନାପତ୍ର ସେବନଦ୍ୱାରା ମାଂସପେଶୀ ଓ ପାଚନକୁ ଆରାମ ଅନୁଭବହୋଇଥାଏ। ଅଧ୍ୟୟନ ଅନୁଯାୟୀ, ପୁଦିନାପତ୍ରର ନିୟମିତ ସେବନଦ୍ୱାରା ବିଭିନ୍ନପ୍ରକାର ସଂକ୍ରମଣ ,କାଶଆଦି ଦୂରହେବା ସହ ରୋଗପ୍ରତିରୋଧକଶକ୍ତି ବୃଦ୍ଧିକରିବା ସହ ପାଚନତନ୍ତ୍ରକୁ ସୁସ୍ଥରଖିଥାଏ।
ତୁଳସୀପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲସହ ଅନ୍ୟ ବହୁଗୁଣ ଭରପୁରମାତ୍ରାରେ ରହିଛି। ଏହା ରୋଗପ୍ରତିରୋଧଶକ୍ତି ବୃଦ୍ଧି ସହ ମୁଣ୍ଡବିନ୍ଧା ଦୂରକରିଥାଏ। ଥଣ୍ଡାକୁମଧ୍ୟ ଶରୀରଠାରୁ ଦୂରେଇରଖେ।

Leave A Reply

Your email address will not be published.