ଜାଳିଦେଇଥିବା କନଷ୍ଟେବଳଙ୍କ ମୃତ୍ୟୁ

ବ୍ରହ୍ମପୁର,୧୨।୬(ଏସଏସନିଉଜ)କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି। ୮୦% ପୋଡ଼ି ଯିବାପରେ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ଥିଲେ। ୨ଦିନ ତଳେ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ଥିଲେ। ଆଶୁତୋଷଙ୍କ ପତ୍ନୀ ଓ ତାଙ୍କ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ ଆସିଥିଲା।ସଙ୍ଗିନ ଅଭିଯୋଗ ପରେ ପୋଲିସ କରୁଥିଲା ତଦନ୍ତ।ଆଶୁତୋଷ ୨ ଥର ପତ୍ନୀ ସନ୍ଧ୍ୟାରାଣୀଙ୍କ ବିରୋଧରେ ଦେଇଥିଲେ ବୟାନ।କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରଏସ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ।
ଘଟଣାସ୍ଥଳରୁ ସାଇଣ୍ଟିଫିକ୍‌ ପ୍ରମାଣ, ଲୋକଙ୍କ ବୟାନ ସଂଗ୍ରହ କରିଛୁ।
ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଛୁ।ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ହେବ ବୋଲି କହିଛନ୍ତି ଏସ୍‌ପି।

- Advertisement -

Leave A Reply

Your email address will not be published.