କରୋନା ପାଇଁ ନନ୍ଦନକାନନରେ ନୁଆ ନୀୟମ

0 529

ବାରଙ୍ଗ,୬/୧(ଏସଏସନିୟୁଜ)ରାଜ୍ୟରେ କରୋନା ସଂକ୍ରାମିତ ଓ କରୋନାର ନୁଆ ଭ୍ୟାରିଏଂଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ ନୁଆନୀୟମ କାଲିଠାରୁ ଲାଗୁକରିବାକୁ ଯାଉଛନ୍ତି ।ଶୁକ୍ରବାରଠାରୁ ଆଉ କାଉଂଟରରେ ଟିକେଟ ମିଳିବନି ।ନନ୍ଦନକାନନ ଓ ବଟାନିକାର୍ଲ ବୁଲିବାକୁ ଚାହିଁଲେ ଅନଲାଇନରେ ଟିକେଟ କାଟିବାକୁ ପଡିବ । କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ ।ଏଥିନିମନ୍ତେ ଉଭୟପାର୍କରେ ପ୍ରବେଶ ପାଇଁ ନନ୍ଦନକାନନର ୱେବ୍‌ସଇଟ www.nandankanan.org ନଚେତ୍ ନନ୍ଦନକାନନର ଆନଡ୍ରୋୟାଡ ଆପ ଦ୍ୱାରା ପର୍ଯ୍ୟଟକମାନେ ପ୍ରବେଶ ପାଇଁ ଅନଲାଇନ ଟିକେଟ କାଟିପାରିବେ ।ସାମାଜିକ ଦୁରତା ସହ କୋଭିଡନୀୟମକୁ କଡାକଡିଭାବେ ଅନୁପାଳନ କରିବାକୁ ପଡିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ଡ.ସଞିତକୁମାର କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.