ଦଲାଲ ସାଜିଲେ ସାମ୍ବାଦିକା

0 931

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ସାମ୍ବାଦିକ ନାଁ ରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ । ଅନ୍ୟମାନଙ୍କ ବିରୁଦ୍ଧରେ ଜାଲ ବିଛାଉଥିବା ବେଳେ ନିଜେ ସେହି ଜାଲରେ ଫସିଲେ । ଚ୍ୟାନେଲର ମୁଖ୍ୟ ରଘୁରାଜ୍ ଓ ସାମ୍ବାଦିକା ପ୍ରିୟମ୍ବଦା ନାୟକ  ତାଙ୍କ ଟିମ୍ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ କଲ କରିଥିଲେ । କଲ କରି ଧମକ ପରେ ଅପହରଣ  କଲେ ।ପରେ ଅକଥନୀୟ ନିର‌୍ୟାତନା ସହ ନିର୍ଦ୍ଧୁମ ପିଟି ସିଗାରେଟ ଚେଙ୍କ ଦେଇଥିଲେ । ଟଙ୍କାପାଇସାରିବାପରେ ଅପହରଣକାରୀ ବ୍ୟବସାୟୀଙ୍କୁ ଛାଡିଥିଲେ ।ଏହିଭଳି କାଣ୍ଡ କରିଛନ୍ତି ଏହି  ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକା ଓ ତାଙ୍କ ସହଯୋଗୀ ।ଏହି ଘଟଣାରେ ନନ୍ଦନକାନନଥାନାପୋଲିସ ଶୁକ୍ରବାରବିଳମ୍ବିତ ରାତିରେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିବାବେଳେ ସିଇଓ ତଥା ମୁଖ୍ୟ ରଘୁରାଜ୍ ଘର ପଛପଟ ଦେଇ ଫେରାର ହୋଇଯାଇଥିବାର ଜଣାପଡ଼ିଛି।
ପ୍ରକାସ ଯେ, କଲିକତାର ଜଣେ ବ୍ୟବସାୟୀଙ୍କ ସହମିଶି କେନ୍ଦ୍ରାପଡାର ପୁର୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀ  କେଉଁଝର ଖଣି ଅଂଚଳରୁ ଖଣିଜ ପଦାର୍ଥ ପରିବହନ କରିଥାନ୍ତି । ଗତ ୫ ତାରିଖରେ ଲାଇଭ୍‌କଳିଙ୍ଗ ୱେବ୍ ଚ୍ୟାନେଲର ସାମ୍ବାଦିକା ପ୍ରିୟମ୍ବଦାନାୟକ ଫୋନ କରି ପୁର୍ଣଚନ୍ଦଙ୍କୁ ପରିବହନରେ ଘୋଟାଲା ନେଇ ଆମ ପାଖରେ ବହୁ ପ୍ରମାଣ ରହିଥିବାରୁ ତୁରନ୍ତଆସି ନନ୍ଦନକାନନ ଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମମୁଣ୍ଡ ମାରୁତିବିହାରରେ ଥିବା କାର୍ଯ୍ୟାଳୟକୁ ଦେଖାନକଲେ ଖବର ପରିବେଷଣ କରିଦେବୁ ବୋଲି କହିଥିଲେ ।୧୫ତାରିଖରେ ପୁର୍ଣଚନ୍ଦ ଓ ତାର ସହଯୋଗୀ ଆସି କାର୍ଯ୍ୟାଳୟରେ ଦେଖାକରିବାପରେ ସେମାନଙ୍କୁ ସିଇଓ ରାଜ ଓ ଅନ୍ୟ ସହଯୋଗୀମାନେ ୧୦ଲକ୍ଷଟଙ୍କା ତାଙ୍କ ପରିବାରଠାରୁ ଦାବୀ କରିଥିଲେ ।

ଏହାପରେ ୨ଦିନକାଳ ଏକ ଘରେ ବନ୍ଦ ରଖି ଟଙ୍କାପାଇଁ ବ୍ୟବସାୟୀଦ୍ୱୟଙ୍କୁ ଅକଥନୀୟ ନିର୍ଯାତନା  ଦେବା ସହ ମାଡ଼ ମାରିବା ଓ ସିଗାରେଟ ଚେଙ୍କ ଦେଇଥିଲେ । ୫୦ ହଜାର ଟଙ୍କା ମିଳିବା ପରେ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ଛାଡ଼ି ଦେଇଥିଲେ ବୋଲି ଦୁଇଦିନ ତଳେ ଏହି ବ୍ୟବସାୟୀଦ୍ୱୟ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗପରେ ନନ୍ଦନକାନନଥାନାଅଧିକାରି ବିଶ୍ୱରଞନସେନାପତି ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ଶୁକ୍ରବାର ରାତିରେ ଲାଇଭ୍‌କଳିଙ୍ଗ ୱେବ୍ ଚ୍ୟାନେଲ କାର୍ଯ୍ୟାଳୟରେ ଏସିପି ପ୍ରକାସଚନ୍ଦ୍ରପାଲଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁରଥାନା,ଇନଫୋସିସଥାନା,ଚନ୍ଦକା ଓ ନନ୍ଦନକାନନ ଥାନା ପୋଲିସର ମିଳିତ ଚଢଉ ହୋଇଥିଲା ।ଚଢଉ ସମୟରେ ସିଇଓ ରାଜ ଘରପଛଦେଇ କୈାଶଳକ୍ରମେ ଫେରାର ହୋଇଯାଇଥିବା ବେଳେ ପ୍ରିୟମ୍ବଦା ନାୟକ,ମହିଳା ସିକୁରିଟି ଗାର୍ଡ ସହ ଅନ୍ୟ ଦୁଇଜଣ ପୋଲିସ ହାତରେ ଧରାପଡିଥିଲେ ।ତେବେ ପୋଲିସ ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ କାର୍ଯ୍ୟଳୟ କୁ ସିଲ କରିବା ସହ କାର୍ଯ୍ୟଳୟ ଭିତରୁ ବନ୍ଧୁକ ସହ କମ୍ପୁଟର ,ଟିଭି,କ୍ୟାମେରା ଆଦି ଜବତ କରିଛି ।

 

Leave A Reply

Your email address will not be published.