ଆଜିର ଅନୁଚିନ୍ତା

ତାରିଖ-୨୮/୦୮/୨୦୨୧,ଶନିବାର

0 243

ଆଜିର ନୀତିବାଣୀ
➡️”ସ୍ୱାର୍ଥହୀନ ଭଲପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ହିଁ ପ୍ରେମ।ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ଉପଲବ୍ଧିର କଥା !!
➡️”ସ୍ଥିର ଚିତ୍ତ ଓ ଆନନ୍ଦର ସହ ଏକ କାମର ଶୁଭାରମ୍ଭ କରିବାକୁ ବୀଜ୍ଞ ବ୍ୟକ୍ତିମାନେ ମତ ଦେଇଛନ୍ତି !!
➡️”ମା’ଲଷ୍ମୀଙ୍କର ଠିଆହୋଇଥିବା ମୁର୍ତ୍ତୀ କିମ୍ବା ଫଟୋ ରଖନ୍ତୁ ନାହିଁ ।ମା’ଲଷ୍ମୀଙ୍କର ବସିଥିବା ମୁର୍ତ୍ତୀ କିମ୍ବା ଫଟୋ ରଖନ୍ତୁ !!
➡️”ଥରେ ମହମବତୀ ଭିତରେ ସୁତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ ?
ଉତ୍ତରରେ ମହମବତୀ କହିଲା ଯାହାକୁ ହୃଦୟରେ ସ୍ଥାନ ଦେବ ସେ ଯଦି ଦୁରେଇ ଯାଏ ତାହେଲେ ଲୁହ ଝରି ପଡ଼େ !!
➡️”ବିପଦ କାଳରେ ବୃଦ୍ଧର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧର ମତ ଗ୍ରହଣ କରିବ – ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ।କାରଣ ସ୍ୱୟ ପରିପାକ ଓ କାମ ଶକ୍ତିର ଅଳ୍ପତା ହେତୁ ବୃଦ୍ଧ ସମସ୍ତଙ୍କୁ ଭୋଜନ ଓ ରମଣ ରୁ ନିବୃତ ହେବାକୁ ଉପଦେଶ ଦେଉଥାନ୍ତି !!

ଆଜିର ଅନୁଚିନ୍ତା
➡️ଜୀବନରେ ତିନୋଟି ମନ୍ତ୍ର :-👉”ଆନନ୍ଦରେ ପ୍ରତିଜ୍ଞା କର ନାହିଁ,!!👉”କ୍ରୋଧରେ ଉତ୍ତର ଦିଅ ନାହିଁ,!👉”ଦୁଃଖରେ ନିଷ୍ପତ୍ତି ନିଅ ନାହିଁ !!
➡️ତୁମ ଜୀବନରେ ଦୁଇ ଜଣଙ୍କୁ କେବେବି ଭୁଲିଯାଅ ନାହିଁ:-
👉”୧- ଯିଏ ତୁମକୁ ଜିତେଇବା ପାଇଁ ସବୁକିଛି ହରାଇଲେ ।ସେ ହେଉଛନ୍ତି ପିତା !!👉”୨-ଯିଏ ପ୍ରତ୍ୟେକ ଯନ୍ତ୍ରଣାରେ ତୁମ ସହିତ ଥିଲେ।ସେ ହେଉଛନ୍ତି ମା !!
➡️”ସଂସାରରେ ଆଖି ସବୁ ଜିନିଷ ଦେଖି ଥାଏ , ଯଦି ଆଖି ଭିତରେ କିଛି ପଡି ଯାଇଥାଏ ତାକୁ ଦେଖୁପାରି ନଥାଏ ବାସୁବିକତା ଜୀବନରେ ଠିକ୍ ସେହିପରି ମନୁଷ୍ୟ ପରର ଖରାପ ଗୁଣ ଦେଖିପାରେ କିନ୍ତୁ ନିଜ ଭିତରେ ଥିବା ଖରାପ ଗୁଣ ଦେଖି ପାରେ ନାହିଁ !!
➡️”ଧନ ଜନକୁ ନେଇ ଗର୍ବ କର ନାହିଁ କିଛି ନୁହେଁ ଚିରସ୍ଥାୟୀ ଜୀବନ ବି ଏଠି ପାଣିର ଫୋଟକା ଆଜି ଅଛି କାଲି ନାହିଁ !!
➡️”କ୍ରୋଧ ଶବ୍ଦରେ ରହିବା ଉଚିତ୍ , ମନରେ ନୁହେଁ ।ପ୍ରେମ କେବଳ ଶବ୍ଦରେ ନୁହେଁ , ମନରେ ମଧ୍ୟ ରହିବା ଉଚିତ୍ !!
ଆଜିର ସୁବିଚାର
➡️”ପ୍ରୟାସ କଦାପି ବୃଥା ନୁହେଁ । ବିଫଳତା ସ୍ଥାୟୀ ନୁହେଁ । ବେଳେବେଳେ ଏକ ଛୋଟ ପ୍ରୟାସ ମଧ୍ୟ ଆପଣଙ୍କୁ ଏକ ଉନ୍ନତ ସ୍ତରକୁ ନେଇପାରେ !!
➡️”ତୁମେ କେବଳ ସେତେବେଳେ ଜ୍ଞାନ ପ୍ରାପ୍ତ କରିପାରିବ , ଯେତେବେଳେ ତୁମର ମନ , ଯାହା ବିଭିନ୍ନ ପ୍ରକାରର ଶବ୍ଦ ଶୁଣିବା ଦ୍ବାରା ପ୍ରଭାବିତ ନହୁଏ !!
➡️”ଯେବେ ମଣିଷ କାହାକୁ ଅସମ୍ମାନ ଓ ଅପମାନ କରୁଥାଏ , ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ସେତେବେଳେ ସେ ଅନ୍ୟର ନୁହେଁ ନିଜର ସମ୍ମାନ ହରାଉଥାଏ !!”
➡️”ଯେବେ ଭଗବାନ ଦେବେ ତ କେହି ନେଇ ପାରିବେ ନାହିଁ , ଯଦି ଭଗବାନ ନେବେ ତ କେହି ଅଟକାଇ ପାରିବେ ନାହିଁ !!
➡️”ସଫଳତାର ମଜା ଓ ଅନୁଭବ ସେ ସମୟରେ ଆସିଥାଏ ,ଯେତେବେଳେ ଅନ୍ୟମାନେ ସେହି ବ୍ୟକ୍ତିର ହାରିବାକୁ ଅପେକ୍ଷା କରିଥାନ୍ତି । ଏଣୁ ନିଜ ବିଷୟ ଅଭିମୁଖେ ଯାତ୍ରା କରିବା ଉଚିତ !!
➡️”ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ବାରା ଧନ ସମ୍ପତ୍ତା ଅର୍ଜନ କରେ ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କଣ କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇ ଯାଏ ସେହି ବ୍ୟକ୍ତି ଜାଣେନା ଜୀବନର ବାସ୍ତ୍ରବତା କଣ !!

🙏ଓଁ ଶନିଶ୍ଚରାୟ ନମଃ🙏. ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଶନିଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ  ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା🙏

Leave A Reply

Your email address will not be published.