ଧାରା ୩୭୦

ଖବର ଆଜିର,ତାରିଖ ୦୧-୦୨-୨୦୨୧ ସୋମବାର

0 328

୧-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି, ୧୩ ଗୁରୁତର ଆହତ ।ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ଜାତୀୟ ରାଜପତ ୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି।
୨-ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
୩-‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପାଳି : ସାମିଲ ହେବ ବିଶ୍ବବିଦ୍ୟାଳୟ ।
୪-୨୮ ଫେବୃଆରୀକୁ ଘୁଞ୍ଚିଲା ଇ-ଇପିକ୍ ଡାଉନ୍‌ଲୋଡ୍ ସମୟସୀମା ।
୫-ଏଣିକି OTT ପ୍ଲାଟଫର୍ମ ଉପରେ ନଜର ରଖିବେ ସରକାର, ଖୁବଶୀଘ୍ର ଆସିବ ଗାଇଡ୍‌ଲାଇନ୍ ।
୬-ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । ୪ ହଜାର ୭୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ ।
୭-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲା‌ରେ ଶୀତ ଲହରୀ ଅନୁଭୂତ ହେବ, ଜାରି ହେଲା ୟେଲୋୱାର୍ଣ୍ଣିଂ ।
୮-‘ମନ୍ କି ବାତ୍’ରେ ଟିମ୍ ଇଣ୍ଡିଆକୁ ପ୍ରଶଂସା କଲେ ମୋଦି: ବିସିସିଆଇ କହିଲା-“ତ୍ରିରଙ୍ଗାକୁ ସର୍ବଦା ଉଚ୍ଚରେ ରଖିବୁ” ।
୯-ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାର ଭାଗ୍ୟଶ୍ରୀଙ୍କୁ ପ୍ରଶଂସା
୧୦-ମାତିଛନ୍ତି ସାଇବର ଲୁଟିଆ: ସପ୍ତାହକରେ ୧୫ ଲକ୍ଷରୁ ଅଧିକ ଠକେଇ ।
୧୧-ଧାରା ୩୭୦ ଆମ ପାଖରେ ଥିଲେ, ଜାମ୍ମୁ-କାଶ୍ମୀରରେ କୃଷି ଆଇନ୍ କେବେ ଲାଗୁ ହେବାକୁ ଦେଇନଥାନ୍ତୁ: ମେହବୁବା ମୁଫତି ।
୧୨-ସୋମବାରଠାରୁ ଶତ ପ୍ରତିଶତ କ୍ଷମତାରେ ଖୋଲିବ ସିନେମା ହଲ, ଏସଓପି ଜାରି କଲା  ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।
୧୩-ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ ।
୧୪-ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ । ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ।
୧୫-ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ: ୧.୩ ଲକ୍ଷ କୋଟି ଟଙ୍କାରେ କିଣାଯିବ ୧୧୪ ଲଢ଼ୁଆ ବିମାନ ।
୧୬-ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ: ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ .
୧୭-ପଶ୍ଚିମବଙ୍ଗ ନିର୍ବାଚନ ମଇଦାନରେ ମମତାଙ୍କ ସହ ଓହ୍ଲାଇପାରେ ଲାଲୁ ଯାଦବଙ୍କ ଦଳ, ଆଲୋଚନା କରୁଛନ୍ତି RJD ନେତା ।
୧୮-ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ
୧୯-ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଆବିଦା ହୁସେନଙ୍କ ଚାଞ୍ଚଲ୍ୟକର ବୟାନ । ଲାଡେନଠାରୁ ଟଙ୍କା ନେଉଥିଲେ ନୱାଜ ସରିଫ୍ ।
୨୦-ଟ୍ରାଭେଲର୍ସ ଚୟସ୍ ଆଓ୍ବାର୍ଡ ୨୦୨୧: ବିଶ୍ବର ୨୫ ସବୁଠୁ ଲୋକପ୍ରିୟ ଟୁରିଷ୍ଟ ଡେଷ୍ଟିନେସନ୍‌, ଲିଷ୍ଟରେ ଭାରତର ୩ ସହର ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.