ସଂକ୍ଷେପରେ ଖବର – କାର୍ ସାଇଡ୍ ମରାକୁ ନେଇ ସାଘାଂତିକକାଣ୍ଡ

0 362

ଚନ୍ଦ୍ରଶେଖରପୁର ତନିଷ୍କ ସୋରୁମ ଆଗରେ କାର ସାଇଡ୍ ମରାକୁ ନେଇ ତୁମୁଳକାଣ୍ଡ । ସ୍କୁଟି ଚାଳକକଙ୍କୁ କାରରେ ବସିଥିବା ଯୁବକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ।

ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼ ! କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଏହାସହ ପେନ୍, ପେନ୍ସିଲ୍, ନୋଟ୍ ପ୍ୟାଡ୍, ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଲୁଣ ଓ ସାବୁନ ବି ରହିବ । ଉଦ୍ଦେଶ୍ୟ କରୋନା କାଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନି। ଏହାବଦଳରେ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଛି ଏବାବଦକୁ ଅର୍ଥ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍ ଖୋଲିବା ପୂର୍ବରୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ପଦକ୍ଷେପ ନିଆଯାଇଛି ।
-ପ୍ରଥମ ପର‌୍ୟ୍ୟାୟରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଜରିଆରେ ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ୧୯୧୬ ସ୍କୁଲରୁ ଏକ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀଙ୍କୁ ହାପିନେସ୍ କିଟ୍ ଦିଆଯିବ । ପରବର୍ତ୍ତୀ ପର‌୍ୟ୍ୟାୟରେ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ହାପିନେସ୍ କିଟ୍ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
– ରାଜ୍ୟରେ ୬୦ ହଜାର ପ୍ରାଥମିକ ସ୍କୁଲରେ ପଢୁଛନ୍ତି ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ । କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ପିଲାଏ ସ୍କୁଲ୍ ମାଡି ନଥିବାବେଳେ ମଧ୍ୟାହ୍ନ ଭୋଜନ ବି ବନ୍ଦ ଅଛି । ତେବେ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଥିଲେ ସୁଦ୍ଧା ପଛୁଆ ଅଞ୍ଚଳରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ କେତେ ମିଳୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ହାପିନେସ୍ କିଟ୍ ସ୍କୁଲ୍ ଖୋଲିବା ପୂର୍ବରୁ ସମସ୍ତଙ୍କ ପାଖରେ ପହଞ୍ଚିଲେ ପିଲାମାନେ ଉପକୃତ ହେବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି।ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏହି ହାପିନେସ୍ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ।

Leave A Reply

Your email address will not be published.