ଧରାହେଲେ ଆଉ ଜଣେ ଆଂଜେଲ ପ୍ରିୟା

0 375

ଭୁବନେଶ୍ୱର,୨୨/୯(ଏସ ଏସ ନିୟୁଜ)ଫେସ୍ ବୁକରେ ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ଓ ବହୁ ପରିଣାମ ର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ୍ ଜଣେ ଯୁବତୀ ଗିରଫ କରିଛି।ଗିରଫ ବହୁରୂପୀ ମହିଳାଙ୍କ ନାମ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ ଓ ଘର କଲିକତାରେ ।
ଟଙ୍କା ରୋଜଗାର ପାଇଁ ସେ ଫେସ୍ ବୁକରେ ନିଜର ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲା ଏବଂ ବିପୁଳ ଟଙ୍କା ଆଦାୟ କରୁଥିଲେ।ହନି ଟ୍ରାପ କରି ଠକୁଥିଲେ ବହୁରୂପୀ ମହିଳା।ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ ବୋଲି କହିବା ସହ ପାର୍ଟ ଟାଇମ ଭାବେ ବୀମା କରୁଥିବା କହୁଥିଲେ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ। ଏହାପରେ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଭାଜନ ହେଉଥିଲେ। କିଛିଦିନର ବନ୍ଧୁତା ପରେ ପ୍ରେମ ଜାଲରେ ଫସାଇ ଘରକୁ ଯାଉଥିଲେ। ଘରେ ଏକା ଥିବା ସୁଯୋଗ ନେଇ ନିଶା ଔଷଧ ମିଶ୍ରିତ ପ୍ରସାଦ ଖାଇବାକୁ ଦେଇ ଲୁଟ୍ କରିବାକୁ ପଛାଉନଥିଲେ।ସହିଦ ନଗର ଥାନା ପୋଲିସ ଆଂଜେଲ ପ୍ରିୟାକୁ ଗିରଫ କରି ତାଠାରୁ ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ଓ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିବାର ଜଣାପଡିଛି

Leave A Reply

Your email address will not be published.