ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା,୧୫ଟି ମାମଲା ରୁଜୁ

0 353

ନୂଆଦିଲ୍ଲୀ ୨୭/୦୧(ସତ୍ୟସନ୍ଧାନ ଡେସ୍କ) ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ ପର‌୍ୟ୍ୟନ୍ତ ୧୫ଟି ଏତଲା ରୁଜୁ କରାଯାଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୧୫ ଏତଲା ମଧ୍ୟରୁ ୫ ଏତଲା ଇଷ୍ଟର୍ଣ୍ଣ ରେଞ୍ଜ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ସେପଟେ ସୁରକ୍ଷା ଦୃଷ୍ଟିରୁ ୧୫ପ୍ଲାଟୁନ୍ ସିଆର୍‌ପିଏଫ୍ ମୁତୟନ କରାଯାଇଛି । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା ସୀମାରେ ହାଇଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦେଶରେ କୃଷି ଆଇନ୍‌କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଥିଲେ । ଏହି ଅନୁସାରେ ମଙ୍ଗଳବାର ଦିନ ଲକ୍ଷାଧିକ କୃଷକ ବିଶାଳ ଟ୍ରାକ୍ଟର ରାଲି କରିଥିଲେ । ଦିଲ୍ଲୀ ପୋଲିସ ଦେଇଥିବା ସମୟ ପୂର୍ବରୁ କୃଷକମାନେ ଦିଲ୍ଲୀ ସୀମାରେ ପ୍ରବେଶ କରି ଟ୍ରାକ୍ଟର ଆରମ୍ଭ କରିଥିଲେ । ଅଟକାଇବା ବେଳେ ପୋଲିସ ସହ କୃଷକମାନେ ଧସ୍ତାଧସ୍ତି ହୋଇଥିଲା । ଏପରିକି ପୋଲିସ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ତେବେ କୃଷକଙ୍କ ଏପରି ହିଂସାରେ ପ୍ରାୟ ୧୦୦ରୁ ଅଧିକ ଯବାନ ଆହତ ହୋଇଛନ୍ତି ।
ତେବେ ଏପରି ହିଂସାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି । ମୋଟ ଦିଲ୍ଲୀରେ ୧୫ଟି ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜରୁ ହିଂସାକାଣ୍ଡ ଭିଆଇ ଥିବା କୃଷକ ମାନଙ୍କୁ ଚିହ୍ନଟ କରୁଛି ଦିଲ୍ଲୀ ପୁଲିସ। ଏଥିସହିତ ଦିଲ୍ଲୀରେ ୧୫ ସିଆରପିଏଫ୍ ଫୋର୍ସ ମୁତୟନ ଥିବା ବେଳେ ହରିୟାଣା ଓ ପଞ୍ଜାବରେ ହାଇଆର୍ଲଟ ଜାରି ହୋଇଛି। ଟ୍ରାକ୍ଟର ରାଲି ପାଇଁ ଦିଆଯାଇଥିବା ସର୍ତ୍ତ ଉଲଂଘନ କରିଥିବାରୁ ଏତଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.