ଆଜିଠୁ ପୁଣି ଭାକ୍‌ସିନ୍ ନେବେ ବଳକା୧ଲକ୍ଷ ୭୩ହଜାର ସ୍ୱାସ୍ଥ୍ୟକର୍ମୀ

0 299

ଭୁବନେଶ୍ୱର ୨୭/୧(ଏସଏସନିୟୁଜ) ଆଜିଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ। ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଚାଲିବ । ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ ଟିକାକରଣ ପରେ ଏଯାବତ କାହା ଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରୀୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ୧୬ ରୁ ୨୫ ପର‌୍ୟ୍ୟନ୍ତ ଟିକାକରଣ ପକ୍ରିୟା ମଧ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯାଇଛି । କୋୱିନ୍ ରେ ମୋଟ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟ କର୍ମୀ ।

Leave A Reply

Your email address will not be published.