ଡାକ୍ତରୀଛାତ୍ରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

0 95

ବାରିପଦା, ୨୩ା୯(ଏସଏସନିଉଜ)ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀଛାତ୍ର କେନ୍ଦୁଝର ଜିଲ୍ଲାର ସଚିନ୍ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତାମୃତଦେହକୁ ଉଦ୍ଧାର କରିଛି ପୋଲିସ ।ମୃତଛାତ୍ରଙ୍କ ଘନିଷ୍ଠ ସହପାଠୀ ସବୁ ଜାଣିଥିବା ନେଇ ବାପା ସଦରଥାନାରେ ଲିଖିତ ଅଭିଯୋଗ କରିବାସହ ପୁଙ୍ଖାନୁପୁଙ୍ଖ ତଦନ୍ତପାଇଁ ଦାବି କରିଛନ୍ତି। ସବୁଦିନଭଳି ଗତକାଲି ସଚିନ୍ ଡାକ୍ତରଖାନାରେ ଡ୍ୟୁଟିକରି ଅପରାହ୍ନରେ ସାଙ୍ଗମାନଙ୍କ ସହ କିଛିସମୟ କଥାବାର୍ତ୍ତାପରେ ନିଜ ହଷ୍ଟେଲରୁମ୍‌କୁ ଚାଲିଯାଇଥିଲେ। ତେବେ ସନ୍ଧ୍ୟାଯାଏ ପଦାକୁ ନବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ।କୌଣସି ଉତ୍ତର ନମିଳିବାରୁ ଝରକାଭାଙ୍ଗି ଦେଖିଲାବେଳକୁ ଫ୍ୟାନ୍‌ରେ ରଶିଲଗାଇ ଝୁଲିପଡ଼ିଥିଲେ ସଚିନ୍‌। ହଷ୍ଟେଲକର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନା ଆଣିଥିବାବେଳେ ସେତେବେଳକୁ ସଚିନ୍‌ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ସଂକ୍ରାନ୍ତରେ କଲେଜ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା।

 

Leave A Reply

Your email address will not be published.