ଦୁଇ ଠକ ଜମିଦଲାଲ୍ ଗିରଫ

0 547

ଭୁବନେଶ୍ବର, ୧୧/୧୧(ଏସଏସନିୟୁଜ)ଦୁଇଜମି ଦଲାଲଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ।ସେମାନଙ୍କଠାରୁ ଗୋଟିଏ ଏମ୍‌ଜି ହେକ୍ଟର ଗାଡ଼ି ଜବତ କରିଛି।ଏହି ଦୁଇ ଦଲାଲ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅହିଆସ ଅଞ୍ଚଳର ଅମିତ ନାୟକ(୩୦) ଓ କଟକ ଗୋବିନ୍ଦପୁର ଅଞ୍ଚଳର ସଞ୍ଜିତ ମହାପାତ୍ର(୩୭) ।ଏମାନେ ୟୁନିଟ୍‌-୯ ଅଞ୍ଚଳରେ ରାଜକୀୟଢଙ୍ଗରେ ରହିାବ ସହ ବଡ ବିଲ୍ଡର ବୋଲି ସାଧାରଣରେ ପରିଚୟ ଦେଉଥିଲେ । ଚିତ୍ରସେନ ଘଡ଼େଇ ନାମକ ଜଣେ ବ୍ୟବସାୟୀଙ୍କୁ ଚକେଇସିଆଣିରେ ଜମି ଦେବାକୁ କହି ୨୦୨୦ ମସିହାରେଜଣେ ନକଲି ମାଲିକକୁ ଦେଖାଇ ଜମିପାଖକୁ ନେଇଥିଲେ। ଜମିଦେବାକୁ କହି ଦୁଇଟି ପର୍ଯ୍ୟାୟରେ ୬୭ଲକ୍ଷ ଟଙ୍କା ନେଇଥିଲେ ।କିନ୍ତୁ ଜମିଦେଇନଥିଲେ କି ଟଙ୍କା ଫେରାଇ ନଥିଲେ ।ଏସର୍ମ୍ପକରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.