ଭୁବନେଶ୍ୱର,୧୩/୭(ଏସଏସନିୟୁଜ) ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହିଅବସରରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥା ହୋଇଥିଲେ ।ଦୂତିଙ୍କ ପ୍ରସ୍ତୁତି ନେଇ ପଚାରି ବୁଝିବାସହ ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।