ଏବେ ୧୦୨ବଦଳରେ ୧୦୮ କଲ କରିବାକୁ ପଡିବ

0 191

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବା ପାଇଁ ଏବେ ୧୦୮ ନମ୍ୱରକୁ କଲ କରିବାକୁ ପଡିବ । ଆଗରୁ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କ ପାଇଁ ଉପଲବ୍ଧ ୧୦୨ ଆମ୍ୱୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲକୁ ଯାଉଥିଲେ ।ଏବେ କିନ୍ତୁ ଏଥିରେ ପରିବର୍ତନ ହୋଇଛି । ଏଥର ୧୦୮ ଆମ୍ୱୁଲାନ୍ସରେ ଗର୍ଭବତୀ,ଛୋଟ ଶିଶୁଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ । ଏଥିନିମନ୍ତେ ମାଗଣା ୧୦୮ ନମ୍ୱରକୁ ହିଁ କଲ କରିବାକୁ ହେବ। ସରକାରଙ୍କ ଦ୍ୱାରା ଆମ୍ୱୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ୱରକୁ ରଖାଯାଇଛି ।

Leave A Reply

Your email address will not be published.