ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

0 278

ଚନ୍ଦ୍ରଶେଖରପୁର,୧୧/୩(ଏସ ଏସ ନିଉଜ) ଶୁକ୍ରବାର ସକାଳେ କଳାରାହାଙ୍ଗ ଲେବଲ କ୍ରସିଂ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତ ଦେହକୁ ମଞ୍ଚେଶ୍ୱର ଜିଆରପି ପୁଲିସ ଉଦ୍ଧାର କରିଛି ।ମୃତ ଯୁବକଙ୍କ ନାମ ପ୍ରଭାକର ବେହେରା, ବୟସ ୨୫ ବର୍ଷ ଓ ଘର କଟକ ନରସିଂହପୁର ଅନ୍ତର୍ଗତ ଶରଧାପୁର ବୋଲି ପୁଲିସ ସୂଚନା ଦେଇଛି ।ମୃତଦେହ ପାଖରୁ ଆଧାର କାର୍ଡ ମିଳିବାରୁ ପରିଚୟ ସହଜରେ ମିଳିଯାଇଥିଲା।ପୋଲିସ ମୃତକଙ୍କ ପରିବାରକୁ ଖବର ଦେଇ ପ୍ରାଥମିକ ତଦନ୍ତ କରିବା ସହ ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ଆସି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ସେମାନଙ୍କ କହିବା ଅନୁସାରେ ପ୍ରଭାକର ଗତ କିଛି ଦିନ ହେବ ରଙ୍ଗ କାମ କରିବାକୁ ଆସି ତାଙ୍କ ପରିଚିତ ଜଣକ ସହ ପଟିଆ ବିଗବଜାର ନିକଟରେ ରହୁଥିଲେ । ସକାଳୁ ଦେଖିଲା ବେଳକୁ ପ୍ରଭାକରକୁ ନପାଇ ଘରକୁ ଖବର ଦେବା ସହ ଚାରିଆଡେ ଖୋଜାଖୋଜି କରିଥିଲେ । କଳାରାହାଙ୍ଗ ଲେବଲ କ୍ରସିଂ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରେ ପହଂଚି ତାହା ପ୍ରଭାକରର ବୋଲି ଜାଣି କ୍ୟାପିଟାଲ ହସ୍ପିଟାଲରେ ପହଂଚିଥିଲେ । ପୁଲିସ ଏକ ଅପମୃତ ମାମଲା ରଜୁ କରି ସେମାନଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି । ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.