ସରିଲା ନାଏବ୍ ସରପଞ୍ଚ ନିର୍ବାଚନ

୫ପଂଚାୟତରେ କିଏ ହେଲା ଜାଣନ୍ତୁ

0 397

ବାରଙ୍ଗ,୧୧/୩(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୫ପଞ୍ଚାୟତରେ ଶୁକ୍ରବାର ଦିନ ଥିଲା ନାଏବ୍ ସରପଞ୍ଚ ପାଇଁ ଭୋଟ ଗ୍ରହଣ।ଏଥିରେ ଦାଢାପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ରଣଞିତ୍ କୁମାର ଦାସ ନିର୍ବାଚିତ ହୋଇଛନ୍ତି।ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦିଲ୍ଲୀପ କୁମାର ରାଉତଙ୍କ ଠାରୁ ଖଣ୍ଡେ ଭୋଟରେ ବିଜୟୀ ହୋଇଛନ୍ତି।ସେହିପରି କଲ୍ୟାଣପୁର ପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ଶାନ୍ତିଲତା ପଢିହାରୀ ବିଜୟ ଲାଭ କରିଛନ୍ତି ।ଏହି ପଂଚାୟତରେ ୧୩ଟି ୱାର୍ଡମେମ୍ବର ମଧ୍ୟରୁ ୯ଟି ୱାର୍ଡମେମ୍ବରଙ୍କ ସମର୍ଥନ ଶାନ୍ତିଲତାଙ୍କ ସପକ୍ଷରେ ଆସିଥିବାରୁ ସେ ନାଏବ୍ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।ତେବେ ଶାନ୍ତିଲତାଙ୍କ ସ୍ୱାମୀ କରୋନାରେ ଦେହାନ୍ତ ହୋଇଯାଇଛନ୍ତି । ସେହିଭଳିଭାବେ ବରିମୁଣ୍ଡ ପଞ୍ଚାୟତର ନାଏବ୍ ସରପଞ୍ଚ ପ୍ରଭାତ କୁମାର ସାହୁ,ଇଞଣା ପଞ୍ଚାୟତର ନାଏବ୍ ସରପଞ୍ଚ ରୋଜି ସାହୁ ଓ ରଘୁନାଥପୁର ପଞ୍ଚାୟତର ମିଟୁ ହରିଚନ୍ଦନ ନାଏବ୍ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନକୁ ପରିଚାଳନା

କରିଥିଲେ ଦାଢାପଞ୍ଚାୟତରେ ନିର୍ବାଚନ ଅଧିକାରୀ ସଦାଶିବ ରଥ,କଲ୍ୟାଣପୁର ପଞ୍ଚାୟତରେ ନିର୍ବାଚନ ଅଧିକାରୀ ନାରାୟଣ ଜେନା ପ୍ରମୁଖ ଦାୟିତ୍ୱରେ ଥିଲେ ।ସମସ୍ତ ବିଜୟୀ ଙ୍କୁ ତାଙ୍କ ସମର୍ଥକମାନେ ପୁଷ୍ପଗୁଛ୍ଛ ଦେଇ ସମ୍ବଦ୍ଧିତ କରିଛନ୍ତି ।

Leave A Reply

Your email address will not be published.