ଫେଲର ପୁନଃ ବିଚାର କର =ଓଡିଶା ଅଭିଭାବକ ମହାସଂଘ

0 182

ଭୁବନେଶ୍ୱର ,୨୫/୬(ଏସ ଏସ ନିୟୁଜ) ବହୁ କଳ୍ପନା ଜଳ୍ପନା ପରେ ରେକର୍ଡ ପ୍ରତିଶତ ମାଟ୍ରିକଫଳ ପ୍ରକାଶ ପାଇଛି l ବହୁତ ପିଲା ଏଥିରେ ଉପକୃତ ହୋଇଥିବାର ସୂଚନା ମିଳୁଥିବା ବେଳେ କିଛି ମେଧାବୀ ପିଲା ପରୀକ୍ଷା ଫଳକୁ ନେଇ ଆପତ୍ତି ଉଠାଇଛନ୍ତି l ଯେହେତୁ ପୂର୍ବରୁ ପରୀକ୍ଷାର ରେଜଲ୍ଟ କୁ ନେଇ ମୂଲ୍ୟାଙ୍କନ ହୋଇଛି ତେଣୁ ବୋର୍ଡ ପରୀକ୍ଷା ଭଳି ସର୍ବୋତମ ପରିଶ୍ରମ କରି ଫଳ ଆଣିବାର ସ୍ବପ୍ନ ବହୁ ମେଧାବୀ ପିଲାଙ୍କର ପୂରଣ ନହେବା କିଛି ଅସ୍ୱାଭାବିକ କଥା ନୁହେଁ l ଫଳାଫଳ କୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରୁଛି l ହେଲେ 4412 ପିଲା ପୂର୍ବରୁ ପରୀକ୍ଷାରେ କିଛି ବ୍ୟକ୍ତିଗତ,ସ୍ୱାସ୍ଥ୍ୟ ଜନିତ ଓ ଅନ୍ୟାନ୍ୟ କାରଣରୁ ଅନୁପସ୍ଥିତ ଥିବାରୁ ସେମାନଙ୍କ ଫେଲ କରିଦିଆଯାଇଛି l ଯେହେତୁ ବୋର୍ଡ ପରୀକ୍ଷା ନଥିଲା ତେଣୁ ସେମାନେ ପରୀକ୍ଷା ନଦେଇ ଥିବାରୁ ସେମାନଙ୍କୁ ଡାକି ପରୀକ୍ଷା କରାଇବାର ବ୍ୟବସ୍ଥା କରିବାର ଥିଲା l ଦ୍ଵିତୀୟତଃ 2245 ପିଲାଙ୍କ ପୂର୍ବରୁ ପରୀକ୍ଷା ଫଳର ତଥ୍ୟ ବୋର୍ଡ ପାଖରେ ପହଂଚି ପାରିନି l ସେଥିପାଇଁ ସେମାନଙ୍କୁ ଫେଲ କରିଦିଆଯାଇଛି l ଏଥିପାଇଁ ସେମାନେ ଦାୟୀ ନୁହନ୍ତି l ସ୍କୁଲ କର୍ତ୍ତୃପକ୍ଷ କିମ୍ବା ବିଭାଗ ଏଥିପାଇଁ ଦାୟୀ l ତେଣୁ ସେଥିପାଇଁ ସେମାନେ କାହିଁକି ଫେଲ ହେବେ ବୋଲି ପ୍ରଶ୍ନ କରିଛି ମହାସଂଘ l ଯେତେବେଳେ ଧୁଆ ମୂଳl ଓ ଆଢୁଆମୂଳl ସବୁ ପାସ କଲେ ତାଙ୍କ ପ୍ରତି କାହିଁକି ଅନ୍ୟାୟ କରାଗଲା l ତେଣୁ ସେମାନଙ୍କ ପାଇଁ ତୁରନ୍ତ ପରୀକ୍ଷା କରି ରେଜଲ୍ଟ ବାହାର କରିବାକୁ ମହାସଂଘ ଦୃଢ଼ ଦାବୀ କରିଛି l

 

Leave A Reply

Your email address will not be published.