ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

ଆଜିର ଖବର,ତାରିଖ–୧୩-୦୭-୨୦୨୧(ମଙ୍ଗଳବାର)

0 309

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା
୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି ।
୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ।
୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ ଯୋଗୁଁ ଅତି କମରେ 67 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
୫. ୧୨ ବର୍ଷରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକା ଆସିବାକୁ ହୋଇପାରେ ଆଉ କିଛି ଦିନ ବିଳମ୍ବ ।
୬. ଆଇପିଏଲ ୨୦୨୨ରେ ପୁଣେ ନୁହେଁ ଲକ୍ଷ୍ନୌ ହେବ ଦଶମ ଟିମ୍ !
୭. ଶରଧାବାଲିରେ ତିନି ରଥ, ମଙ୍ଗଳବାରରେ ତିନିଠାକୁରଙ୍କ ହେବ ଆଡପ ମଣ୍ଡପ ବିଜେ ।
୮. ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ ।
୯. ୨୪ ଘଣ୍ଟାରେ ମାଡ଼ ହେବ ସୌରଝଡ଼: ପ୍ରଭାବିତ ହେବ ମୋବାଇଲରୁ ବିମାନ ସେବା ।
ଏହାର ପ୍ରଭାବରେ ସାଟେଲାଇଟ୍‌, ଜିପିଏସ୍‌ ନାଭିଗେଶନ, ମୋବାଇଲ୍‌ ଫୋନ୍‌ ସିଗ୍‌ନାଲ ଏବଂ ସାଟେଲାଇଟ୍‌ ଟିଭି ସହ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ସୂଚନା ଜାରି କରାଯାଇଛି ।

୧୦. ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ ପରାସ୍ତ କରିଛନ୍ତି ।
୧୧. ତୈଳ, ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ, ପୋଲିସ ସହ ଠେଲାପେଲା ।
୧୨. ଶ୍ରୀଲଙ୍କା ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୀମିତ କ୍ରିକେଟ୍ ସିରିଜ୍‌ ଏବେ ଜୁଲାଇ ୧୩ ପରିବର୍ତ୍ତେ ଜୁଲାଇ ୧୮ରେ ଖେଳାଯିବ ।
୧୩. ରଥଯାତ୍ରା ସମୟରେ ଭିଡକୁ କମାଇବା ପାଇଁ ୧୦ ଟି ଟ୍ରେନକୁ ବାତିଲ କଲା ରେଳବିଭାଗ ।
୧୪. ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି ।
୧୫. ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କଲେ ଡୋମିନିକା କୋର୍ଟ – ଚିକିତ୍ସା ପାଇଁ ଆଣ୍ଟିଗୁଆ ଏବଂ ବାରବୁଦା ଯିବାକୁ ଅନୁମତି ମିଳିଲା ।
୧୬. ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ରାସ୍ତାରେ ବହିଲା ବନ୍ୟାପାଣି । ଭାସିଗଲା ଦୋକାନ ଘର ସହ ଏକାଧିକ କାର୍ ।
୧୭. ବିନା ଭକ୍ତରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ୩ ରଥ ।
୧୮. ମହାମାରୀ କରୋନାରୁ ୨୯୩୭ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୧୫୪୦୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
୧୯. ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ୍ ।
୨୦. ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦୁଇଟି ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱର ଇନ୍‌ଫୋଭ୍ୟାଲିରେ ଆଜି ଏହି କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୧. ଆସିଗଲା କି ତୃତୀୟ ଲହର? ବିଶିଷ୍ଟ ବୈଜ୍ଞନିକ ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିପିନ ଶ୍ରୀବାସ୍ତବଙ୍କ ଦାବି । ଜୁଲାଇ ୪ରୁ ଆସିଗଲାଣି ଦେଶରେ ତୃତୀୟ ଲହର ।
୨୨. ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ଯାଏ ଚାଲିବ । ଅଧିବେଶନରେ ରହିବ ୧୯ଟି କାର୍ଯ୍ୟଦିବସ ।
୨୩. NEET (UG) 2021 ୧୨ ସେପ୍ଟେମ୍ବରରେ ସମଗ୍ର ଦେଶରେ ଅନୁଷ୍ଠିତ ହେବ ଆସନ୍ତାକାଲି ଅପରାହ୍ନ ୫ ଟାରୁ ଆବେଦନ ପ୍ରକ୍ରୀୟା ।
୨୪. ପ୍ରଥମଥର ପାଇଁ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ।
➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ ।ଶୁଭସକାଳ , GOOD MORNING

Leave A Reply

Your email address will not be published.