ନନ୍ଦନକାନନରେ ଆଜାଦୀ କା ଅମୃତ’ ମହୋତ୍ସବ

0 227

ବାରଙ୍ଗ,୧୨/୭(ଏସ ଏସ ନିୟୁଜ)ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଆରମ୍ଭ ହୋଇଛି।ଏଥିରେ ଦେଶର ୭୫ ଟି ଚିଡ଼ିଆଖାନା ଅଂଶ ଗ୍ରହଣ କରୁଛି।ଏହି ମହୋତ୍ସବକୁ ପ୍ରତି ଚିଡ଼ିଆଖାନା ଏକ ସପ୍ତାହ ଧରି ପାଳନ କରିବେ।ଏହି ମହୋତ୍ସବରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସାମିଲ ହୋଇଥିବା ବେଳେ ଏଥିରେ ଭାରତୀୟ ପାଙ୍ଗୋଲିନ କୁ ବିଶେଷ ଗୁରୁତ୍ଵ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ଠୁ ଆରମ୍ଭ କରି ପ୍ରାଣୀଉଦ୍ୟାନର ପଦାଧିକାରୀ ଯୋଗଦେବେ।ଏହି ମହୋତ୍ସବ ୧୨ ରୁ ୧୮ ତାରିଖ ପ୍ରାୟ ସାତଦିନ ଧରି ନନ୍ଦନକାନନରେ ଆୟୋଜିତ ହେବ।ଏହି ପରିପ୍ରେକ୍ଷୀରେ ନନ୍ଦନକାନନରେ ସୋମବାର ଦିନ ବନ୍ୟପ୍ରାଣୀ ପିସିସିଏଫ୍ ଶଶିପଲ୍ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବା ସହ ଏହାର ଲକ୍ଷ୍ୟକୁ ବ୍ୟକ୍ତ କରିଥିଲେ।ଏହି ଭର୍ଚୁଆଲ ମିଟିଂ ରେ ନନ୍ଦନକାନନ ର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ମିଲନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଏଥିସହ ‘ଗାଇଡ ଫର୍ ରିହାବିଲିଟେଶନ ଅଫ ଇଣ୍ଡିଆନ ପାଙ୍ଗୋଲିନ’ ନାମକ ପୁସ୍ତକ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଆଇୟୁସିଏନ୍ ର ପୂର୍ବତନ ଚେୟାରମ୍ୟାନ ଡ. ଡାନ ଚାଲେଣ୍ଡର ପାଙ୍ଗୋଲିନ ର ସଂରକ୍ଷଣ ଉପରେ ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.