ତେଲ ଟ୍ୟାଙ୍କରରେ ଧକ୍କା ହୋଇ ଜଳିଗଲା ବାଇକ

0 239

ଆଠଗଡ଼,୧୨/୭(ଏସଏସନିୟୁଜ) ତେଲ ଟ୍ୟାଙ୍କରରେ ଧକ୍କା ହୋଇ ବାଇକଟି ଜଳିଯିବା ସହ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ଏହିଭଳି ଘଟଣା ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ ଘଟିଛି । ଅନୁଗୋଳ ରୁ କଟକ ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ସହି ମୁହାଁ ମୁହିଁ ବାଇକ୍ ଟି ଧକ୍କା ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ବାଇକ୍ ଟି ଜଳିଯିବା ସହିତ ଦୁଇ ବାଇକ୍ ଆରୋହୀ ଖୁଣ୍ଟୁଣୀ ରମ୍ପେଇ ଗ୍ରାମର ପ୍ରକାଶ ନାୟକ (୩୯) ଓ ପ୍ରଦୀପ ନାୟକ ଓରଫ୍ କାଳିଆ (୩୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଦମକଳ ବାହିନୀ ନିଆଁ କୁ ଆୟତ କରିଥିଲେ।

Leave A Reply

Your email address will not be published.