?ସ୍ୱଚ୍ଛ ହୃଦୟର ଏକ ସୁନ୍ଦର ପରିଚୟ ହେଉଛି ହସ ହସ ମୁହଁ। ବିରକ୍ତି ଭରା ଚେହେରାରେ ଅତିଥୀଙ୍କୁ ସ୍ୱାଗତ କଲେ, ଘରେ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ, ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।
?ଈଶ୍ୱର କୌଣସି ମୂର୍ତ୍ତିରେ ବାସ କରନ୍ତି ନାହିଁ, ମଣିଷର ଅନୁଭୂତି ହିଁ ପ୍ରକୃତ ଈଶ୍ୱର ଏବଂ ଆତ୍ମା ହେଉଛି ତାର ମନ୍ଦିର।
?ଧନ ଥିଲେ ଡାରିଦ୍ରର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ;
ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ, ” କିନ୍ତୁ ” ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରେ ତାହାର କୌଣସି ଭୟ ନାହିଁ ।
?ଦୁନିଆରେ ସବୁ ସମ୍ପର୍କ କେବଳ ରକ୍ତର ହୋଇନଥାଏ, କିଛି ସମ୍ପର୍କ ମଧ୍ୟ ଅଦେଖା ଓ ଅଚିହ୍ନl ହୋଇଥାଏ । ଯାହାକି ରକ୍ତର ସମ୍ପର୍କ ଠାରୁ ମଧ୍ୟ ଅତି ନିଜର ଲାଗିଥାଏ।
?କାହାର ” SORRY ” ଆଉ ” THANKS ” କୁ ବୁଝିବାକୁ ଚେଷ୍ଟା କରନ୍ତୁ
ତେବେ ଯାଇ ମଣିଷ ଚିହ୍ନିବାରେ ଭୁଲ ହେବନାହିଁ ।
କାଗଜ କାନ୍ଦେ ନାହିଁ ସତ…..କିନ୍ତୁ କନ୍ଦେଇଁ ଦିଏ ସେ LOVE ଲେଟର ହେଉ, Result ହେଉ କିମ୍ବା Medical ରିପୋର୍ଟ….
ଆଜିର ନୀତିବାଣୀ
?ପୃଥିବୀରେ ସୁଖ ଚିର ସ୍ଥାୟୀ ହୋଇପାରିବ ନାହିଁ। ସେହିଭଳି, ଦୁଃଖ ମଧ୍ୟ ସ୍ଥାୟୀ ନୁହେଁ। ଯଦି ତୁମେ ଅନ୍ଧକାରରେ ବୁଡି ରହିଛ, ଖରାପ ସମୟର ସାମ୍ନା କରୁଛ, ତେବେ ତୁମେ ଆଲୋକ ଖୋଜିବା ଉଚିତ୍।
?ଜଣେ ଅତୀତକୁ ହାତଛଡା କରିବା ଉଚିତ୍ ନୁହେଁ।ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ, ବରଂ ନିଜ ମନକୁ ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ୍।
?ଧ୍ୟାନ କରି ଜୀବନ ବିତାଇବା ହେଉଛି ସବୁଠାରୁ ବୁଦ୍ଧିମାନ କାମ।
?ତୁମର କ୍ରୋଧ ପାଇଁ ତୁମେ ଦଣ୍ଡିତ ନୁହଁ, ତୁମେ କେବଳ ତୁମର କ୍ରୋଧ ଦ୍ୱାରା ଦଣ୍ଡିତ।
?ପ୍ରତ୍ୟେକ ମଣିଷ ନିଜ ସ୍ୱାସ୍ଥ୍ୟର ସୁସ୍ଥତା କିମ୍ବା ଅସୁସ୍ଥତା ପାଇଁ ଦାୟୀ ଅଟନ୍ତି । ସେଥିପାଇଁ ଖାଦ୍ୟ ଏବଂ ନିତ୍ୟକର୍ମ ପ୍ରତି ଧ୍ୟାନ ଦେବା ଉଚିତ୍।
?ଧୈର୍ଯ୍ୟଶାଳୀ ଓ ଆଜ୍ଞାଧୀନ ହୋଇ, ସନ୍ନ୍ୟାସୀଙ୍କ ସଙ୍ଗ ଲାଭ କରି ଜ୍ଞାନବାଣୀ ଆଲୋଚନାରେ ଅଂଶଗ୍ରହଣ କରିବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ ।
?ଆତ୍ମନିୟନ୍ତ୍ରଣ, ପବିତ୍ର ଓ ସ୍ୱଚ୍ଛ ଜୀବନ, ମହାନ୍ ସତ୍ୟର ଉପଲବ୍ଧି ଓ ନିର୍ବାଣର ଅନୁଭୂତି ହେଉଛି ପରମ ଆଶୀର୍ବାଦ ।
?ପରିସ୍ଥିତିର ବିଡମ୍ବନାରେ ମନକୁ ଶାନ୍ତ ରଖି, ସଂସାରର ଦୁଃଖରୁ ମୁକ୍ତ ରହି, କଳୁଷ ଶୂନ୍ୟ ହୋଇ, ସମସ୍ତ ପ୍ରକାର ଭୟକୁ ମନରୁ ଦୂରେଇ ଦେବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ ।
ସର୍ବେ ଭବନ୍ତୁ ସୁଖିନଃ।ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥
ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ଦିନ କାଟୁଥାଆନ୍ତୁ,ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ, ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ॥ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ॥
Prev Post
Next Post