ଭୁବନେଶ୍ୱର,୨୦।୧୧(ଏସଏସ ନିଉଜ)ରଙ୍ଗକାମକରୁଥିବା ବ୍ୟକ୍ତି ଜଣଙ୍କ ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଥିବା ଜଣେ ଆଡଭୋକେଟଙ୍କ ଘର ସମୁଖରେ ନିଜ ଟିଭିଏସ ଆପାଚେ ବାଇକକୁ ପାର୍କିଂ କରି ଭିତରକୁ ରଙ୍ଗ କରିବାକୁ ଯାଇଥିଲେ।ଏହିସମୟରେ ଜଣେ ଆସି ଉକ୍ତ ବାଇକକୁ ସେଠାରୁ ଚୋରୀ କରି ନେଇଯାଇଥିଲେ । ବାହାରେ ଗାଡି ଷ୍ଟାର୍ଟ ହେବା ଶବ୍ଦ ଶୁଣି ଗାଡିମାଲିକ ବାହାରକୁ ଆସି ନିଜ ଗାଡିଟିକୁ ଜଣେ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଏ ଘଟଣା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୁଲିସ ତଦନ୍ତ କରିବା ସହିତ ଘଟଣା ସ୍ଥଳ ଆଖପାଖ ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଗାଡି ଚୋରୀ କରିଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ । ତଦନ୍ତ ଚାଲିଥିବା ସମୟରେ ଏକ ବିଶେଷ ସୂତ୍ରୁରୁ ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ପଲାସପଲ୍ଲୀ ଅନ୍ତର୍ଗତ କୁକୁଟେଶ୍ଵର ମନ୍ଦିର ନିକଟରେ ଚଢଉ କରିବା ସହିତଚନ୍ଦକା ଥାନା ଅଧିନସ୍ତ ମଳିପଡା ଗାଁର ସାମନ୍ତ ମଙ୍ଗରାଜ ,ବିହାରର ବିକାଶ ସାହାଣୀଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ଲିଙ୍ଗରାଜ ଥାନା ପୁଲିସ ସେମାନଙ୍କ ନିକଟରୁ ତିନିଗୋଟି ଚୋରା ମୋଟରସାଇକେଲ ଜବତ କରିଛନ୍ତି । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ ଭୁବନେଶ୍ଵରର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ମୋଟର ସାଇକେଲ ଚୋରୀକରୁଥିବା କଥା ସ୍ଵୀକାର କରିଥିଲେ । ପୋଲିସ ୩୨୮/୨୨କେଶ ନମ୍ବରରେ ଏକ ମକଦମା ରୁଜୁକରି ଦୁଇଜଣଙ୍କୁ ଗାଡି ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।