କାଞ୍ଜିପାଣି ଘାଟିରେ ଦୁର୍ଘଟଣା

0 197

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କାଞ୍ଜିପାଣି ଘାଟିରେ ସଡ଼କ ଦୁର୍ଘଟଣା ଘଟିଛି ।ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଡ୍ରାଇଭର ହେଲେ ମହାରାଷ୍ଟ୍ର ବାନ୍ଦ୍ରା ଜିଲ୍ଲା ଲାନୁର ଥାନା ପମ୍ପଲୁର ଗାଁର ସନ୍ତୋଷ ମୋରି । ସୋମବାର ବିଳମ୍ବିତ ରାତିରେ କେନ୍ଦୁଝର ଆଡୁ ସନ୍ତୋଷ ମୋରି ଏକ ୧୬ ଚକିଆ ଟ୍ରକନେଇ ବମ୍ବେ ଅଭିମୁଖେ ଯାଉଥିବାବେଳେ ୪୯ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଯାଇଥିଲା।ଏହିସମୟରେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।ଫଳରେ ଜଣେ ଡ୍ରାଇଭର ଗୁରୁତର ହୋଇଥିଲେ।ଖବରପାଇ କାଞ୍ଜିପାଣି ପୋଲିସ ଘଟଣାସ୍ଥଳରୁ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଛନ୍ତି ।

 

Leave A Reply

Your email address will not be published.