ଗାଁରେ ଗୁଣିଆ ବୁଲାଇଲା ଖଟ

କନ୍ଧମାଳ ,୧୯ା୯(ଏସଏସନିଉଜ) ବାଲିଗୁଡ଼ାବ୍ଲକ୍ ବାରଖମାପଞ୍ଚାୟତର ଘାସିସାହିରେ ଅସୁସ୍ଥ ଝିଅକୁ ଭଲ କରିବାକୁ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ଉପରେ ଭରସା କରିଛନ୍ତି ପରିବାରଲୋକ ।ରୋଗର ନିରାକରଣ ନିମନ୍ତେ ଡାକ୍ତରଙ୍କପାଖକୁ ନଯାଇ ଗୁଣିଆ ତନ୍ତ୍ରପାଠଦ୍ୱରା ଖଟ ବୁଲାଯାଇଛି । ଗତ୩ମାସ ହେଲା ଏହିଗ୍ରାମର ଦିଶାରାନାୟକଙ୍କ ଝିଅ ରଶ୍ମିପ୍ରିୟା ଅସୁସ୍ଥ ରହିଛନ୍ତି। ଡାକ୍ତରଖାନାରେ ଚିକିତ୍ସାପରେ ସୁଫଳ ନମିଳିବାରୁ ଗୁଣିଗାରିଡ଼ି କରିଥିବା ସନ୍ଦେହ କରି ପରିବାରଲୋକ ଗୁଣିଆର ଶରଣାପନ୍ନ ହୋଇଥିଲେ । ଫିରିଙ୍ଗିଆବ୍ଲକ୍ ନୂଆପଦରଗ୍ରାମରୁ ଏକ ଗୁଣିଆ ସତ୍ୟାନନ୍ଦବେହେରା ଆସି ମନ୍ଦାରଫୁଲ, ଅରୁଆଚାଉଳ, ଅଣ୍ଡା ଓ ହଳଦୀଲାଗି କରି ଗ୍ରାମରେ ଖଟ ବୁଲାଇଛନ୍ତି।

- Advertisement -

Leave A Reply

Your email address will not be published.