ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ମୋଦୀଙ୍କ ଆହ୍ୱାନ

0 285

ଭୁବନେଶ୍ୱର,୩୧/୭(ଏସଏସନିଉଜ)ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତରେ ସେ କହିଛନ୍ତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ । କେବଳ ଏତିକି ନୁହେଁ ସମସ୍ତେ ନିଜର ସୋସିଆଲ ମିଡିଆର ପ୍ରୋଫାଇଲ୍ ପିକ୍ଚର ମଧ୍ୟ ତ୍ରିରଙ୍ଗା ରଖିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

Leave A Reply

Your email address will not be published.