ଆଇପିଏଲ ଉପରେ କରୋନା କଳାବାଦଲ

ଖବର ଆଜିର,ତାରିଖ ୦୪-୦୫-୨୦୨୧/ ମଙ୍ଗଳବାର

0 334

୧-ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ :  ଏମ୍ସ ନିର୍ଦ୍ଦେଶକ ।
୨– ଲକ୍‌ଡାଉନ୍ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି ।
୩-ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼
୪-ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି ।
୫-ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।
୬-ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର ।
୭-ଆଇଏଫଏସ ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର .
୮-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଦିଆଗଲା ସୂଚନା । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୫୮ ଲକ୍ଷ ଟିକା ଯୋଗାଇ ଦିଆଯିବ ।
୯-କରୋନା ମହାମାରୀ ସହ ଲଢ଼ିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତାକୁ ବଢ଼ାଇବାକୁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ .
୧୦-ଦେଶରେ ମୃତ୍ୟୁହାର ୧.୧୦ ପ୍ରତିଶତ, କିଛି ରାଜ୍ୟରେ ହ୍ରାସ ପାଇଛି କରୋନା ସଂକ୍ରମଣ
୧୧-ନିଟ୍ ପିଜି ପରୀକ୍ଷା ସ୍ଥଗିତ ।
୧୨-କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
୧୩-ଆଇପିଏଲ ଉପରେ କରୋନା କଳାବାଦଲ : କୋଲକାତା ପରେ ଚେନ୍ନାଇ ଦଳରେ ବି କରୋନା ଆକ୍ରାନ୍ତ ।
୧୪-ପଞ୍ଜୀକରଣ ବିନା ଟୀକାକରଣ କେନ୍ଦ୍ରକୁ ଯିବା ଲାଗି ବାରଣ କଲେ ବିଏମସି କମିଶନର ।
୧୫-ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା ସେରମ୍। ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା ବୋଲି କହିଲା ସେରମ୍।
୧୬-ରବିବାରକୁ ଛାଡି ସବୁଦିନ ରାଜ୍ୟରେ ଜାରି ରହିବ ଟିକାକରଣ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
୧୭-୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ । ବାସଭବନର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲା ପରିବେଶ ମନ୍ତ୍ରାଳୟ ।
୧୮-ସ୍କୁଲ ଗୁଡିକୁ ନବମ ଶ୍ରେଣୀ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ମାଗିଲା ବୋର୍ଡ । ଏସବୁ ପରୀକ୍ଷାର ଫଳ ଆଧାରରେ ବାହାରି ପାରେ ମାଟ୍ରିକ୍ ରେଜଲ୍ଟ  ।
୧୯-ମମତା ବାନାର୍ଜୀଙ୍କ ଅଭିଯୋଗ: ନନ୍ଦିଗ୍ରାମ ରିଟର୍ଣ୍ଣିଂ ଅଫିସରଙ୍କୁ ହତ୍ୟା ଧମକ ଦିଆଯାଇଛି।
୨୦-ସମବାୟ ମାଧ୍ୟମରେ ଖରିଫରେ ୯ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ ।
୨୧-କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ : ଲୋକଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଉ ।
୨୨-ସଂକ୍ରମଣକୁ ନେଇ ଗୁଗଲ୍ ସିଇଓଙ୍କ ପ୍ରତିକ୍ରିୟା, କହିଲେ- ଭାରତରେ କରୋନାର ସବୁଠୁ ଖରାପ ସ୍ଥିତି ଆସିବା ବାକି ଅଛି ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.