ଜଳୁଛି ଡମ୍ପିଂୟାର୍ଡ

0 332

ବାରଙ୍ଗ,୩୧/୩(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଡମ୍ପିଂୟାର୍ଡ ରେ ବୁଧବାର ମଧ୍ୟାହ୍ନ ରେ ନିଆଁ ଲାଗିଛି।ଡ଼ମ୍ପିୟାର୍ଡ ର ୧୦ ରୁ ୧୨ ଏକର ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି।ଏହି ନିଆଁ ର ପ୍ରଭାବ ନିକଟସ୍ଥ ଗ୍ରାମ ମାନଙ୍କରେ ପଡୁଛି।ନିଆଁ ର ଉତ୍ତାପ ସହ ବିଭିନ୍ନ କ୍ଷତିକାରକ ଧୂଆଁ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।ମୁଖ୍ୟତଃ ଡମ୍ପିଂୟାର୍ଡ ନିକଟରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡୁଛି।ବାରମ୍ବାର ଏଠାରେ ନିଆଁ ଲାଗୁଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଦୀର୍ଘଦିନ ରୁ ଦାରୁଠେଙ୍ଗ ଗ୍ରାମବାସୀ ଏଠାରେ ଅଳିଆ ପକାଇବାକୁ ବିରୋଧ କରିଆସୁଥିଲେ ସୁଦ୍ଧା ବିଏମସି ଅଳିଆ ପକାଇ ଚାଲିଛି।ଏଣୁ ଏ ବିଷୟରେ ଗ୍ରାମବାସୀ ଓ ବିଏମସି ସହ ପୂର୍ବରୁ ଏକ ବୈଠକ ବସିଥିଲା,ଯେଉଁଥିରେ ବିଏମସି ଅଳିଆ ପକାଇବାପାଇଁ ଗ୍ରାମବାସୀ ଙ୍କୁ ଏକ ସମୟସୀମା ଦେଇଥିଲା।କିନ୍ତୁ ସମୟସୀମା ସମାପ୍ତ ହୋଇଯାଇଥିଲେ ସୁଦ୍ଧା ବିଏମସି ତାର ଅଳିଆ ସବୁ ଏଠାରେ ପକାଇବା କାର୍ଯ୍ୟ ଜାରିରଖିଛି।ଯାହା ଫଳରେ ଆଜି ପୁନର୍ବାର ଡମ୍ପିଂୟାର୍ଡ ରେ ନିଆ ଲାଗିଛି।ଏଥିରେ ବିଏମସି ପକ୍ଷରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ ସୁଦ୍ଧା ଏଯାବତ୍ ନିଆଁକୁ ଆୟତ୍ତ କରାଯାଇପାରିନାହିଁ।ଯାହା ଫଳରେ ଗ୍ରାମ ଧୂଆଁମୟ ହୋଇପଡିଛି।ଏହି ଘଟଣା ପରେ ବିଏମସି ପକ୍ଷରୁ କୌଣସି ଉଚ୍ଚ କର୍ମଚାରୀ ଘଟଣାସ୍ଥଳ ରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ମହଲରେ ଅସନ୍ତୁଷ୍ଟ ଦେଖାଦେଇଛି।ଯଦି ଆସନ୍ତାକାଲି ସୁଦ୍ଧା ନିଆଁ କୁ ଆୟତ୍ତ କରାନଯାଏ,ତେବେ ଡ଼ମ୍ପିୟାର୍ଡ ରେ ଅଳିଆ ପକାଇ ଦେବେନାହିଁ ବୋଲି ଦାରୁଠେଙ୍ଗ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.