ସରକାର ଜାରି କଲେ ଏପ୍ରିଲ ମାସର ଗାଇଡଲାଇନ

0 332

ଭୁବନେଶ୍ୱର,୩୧/୩(ଏସଏସନିୟୁଜ) ରାଜ୍ୟ ସରକାର ଏପ୍ରିଲ ପାଇଁ ଗାଇଡଲାଇନ ଜାରି କାରିଛନ୍ତି । ସାମାଜିକ ଦୂରତା , ମାସ୍କ ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । କଣ୍ଟେନମେଣ୍ଟ ଜୋନ ପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନ ନେଇପାରିବେ ନିଷ୍ପତ୍ତି । କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ, ଘରକୁ ଘର ସର୍ଭେ କରାଯିବ । ସ୍ଥାନୀୟ ପ୍ରଶାସନ ମନ୍ଦିର ବାବଦରେ ନିଷ୍ପତ୍ତି ନେବା ସହ ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା ସ୍ଥିତିକୁ ଆଖିଆଗରେ ରଖି ମନ୍ଦିର ଭିତରକୁ କେତେ ଭକ୍ତ ଯିବେ ସେନେଇ ନିଷ୍ପତ୍ତି ନେବ ପ୍ରଶାସନ । ସେହିପରି ସାମାଜିକ, ଧାର୍ମିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଶିକ୍ଷା ଏବଂ ସାସ୍କୃତିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ରହିଛି ।ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଓ ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ରହିଥିବାର ଜଣାପଡିଛି । ଖୋଲା ସ୍ଥାନରେ ଉପରୋକ୍ତ ନିୟମ ଲାଗୁ ହେବା ସହିତ ସମସ୍ତେ ମାସ୍କର ବ୍ୟବହାର କରିବୋ ଆବଦ୍ଧ ସ୍ଥାନ ବା ହଲ୍‌ରେ ୫୦ ପ୍ରତିଶତ ଲୋକ ବସିପାରିବେ । ହଲ୍ ଗୁଡିକରେ ବା କୌଣସି ସ୍ଥାନରେ ଏକାଠି ହେବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ ବା ସାନିଟାଇଜର୍‌ର ବ୍ୟବହାର, ମାସ୍କ ସହିତ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।କୌଣସି ମେଳା ମହୋତ୍ସବ ବା ସଭା ସମିତି କରିବାକୁ ହେଲେ ପ୍ରଥମେ ଜିଲ୍ଲାପାଳ କିମ୍ୱା ମ୍ୟୁନିସ୍‌ପାଲ୍ କମିଶନର୍ କିମ୍ୱା କ୍ଷମତା ଦିଆଯାଇଥିବା ଅଥୋରିଟିଙ୍କ ଠାରୁ ଅନୁମତି ଆଣିବାକୁ ହେବ । ବାହାଘର ପାଇଁ ୨୦୦ ଏବଂ ସୁଧଘର ପାଇଁ ୫୦ ଲୋକଙ୍କୁ ଅନୁମତି ରହିବା ସହିତ ଉପରୋକ୍ତ ନିୟମ ବଳବତର ରହିବ ।ଏହି ଗାଇଡ୍‌ଲାଇନ୍ ଏପ୍ରିଲ୍ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Leave A Reply

Your email address will not be published.