ପୂର୍ବ ଶ୍ତୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା  ସନ୍ଦେହ 

0 241

ସାକ୍ଷୀଗୋପାଳ,୩୧/୩(ଏସଏସନିୟୁଜ) ଆଜି ସକାଳେ ଦାସବିଦ୍ୟାଧରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକର ମୃତଶରୀରକୁ ପୋଲିସ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଡିହପୁରୁ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ(୪୪) ।ତାଙ୍କୁ କେହି ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଛୁରୀରେ ଭୁଷି ହତ୍ୟା କରିଥିବାର ପୋଲିସ ସନ୍ଦେହ କରିଛି । କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ରାଧାମଣି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସନଂ୧୩୮/୨୧ରେ ଏକ ମକଦ୍ଦମାରୁଜୁକରିଛି । ପୋଲିସ ସାଇଣ୍ଟିଫିକ ଟିମ ସହ ଗଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଛେଦ ନିମେନ୍ତ ପୁରୀ ପଠାଇଛି ।

 

Leave A Reply

Your email address will not be published.