ଗଣେଶପୂଜାରେ ଭୁଲରେ କରନ୍ତୁ ନାହିଁ ୪ଟି କାମ,ନହେଲେ॰॰॰

0 519

ପୁରାଣ ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଭଗବାନ ଶ୍ରୀ ଗଣେଶ ଜନ୍ମ ହୋଇଥିଲେ। ସେହି କାରଣରୁ ଏହି ଦିନରେ ଗଣେଶ ଚତୁର୍ଥୀ ରୂପରେ ପାଳନ କରାଯାଏ। ବିଦ୍ୟା ଏବଂ ସମୃଦ୍ଧିର ଦେବତା ଭଗବାନ ଗଣେଶ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ପୁତ୍ର ଅଟନ୍ତି।ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଏବଂ ଦୁଃଖରୁ ମୁକ୍ତି ମିଳିଥାଏ। ସେହି କାରଣରୁ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ। ବିଦ୍ୟାର୍ଥୀ ମାନଙ୍କୁ ବିଶେଷ ଭାବରେ ସଫଳତା ପାଇବା ପାଇଁ ଗଣେଶଙ୍କ ପୂଜାରେ ନିଜ ପୁସ୍ତକ ଭଗବାନ ଗଣେଶଙ୍କ ସାମ୍ନାରେ ରଖିବା ଉଚିତ। ଏବଂ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ। ଭଗବାନ ଗଣେଶଙ୍କ ପତ୍ନୀଙ୍କ ନାମ ରିଧି ସିଦ୍ଧି ତଥା ତାଙ୍କ ପୁତ୍ରୀ ମାନଙ୍କ ନାମ ଶୁଭ ଏବଂ ଲାଭ। ଏହି କାରଣରୁ ଗଣେଶଙ୍କ ମୂର୍ତି ସହ ଶୁଭ ଲାଭ କରାଯାଏ। ଭଗବାନ ଗଣେଶଙ୍କ ପୂଜା କରିବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ ଜାଣନ୍ତୁ ?

କେଉଁ ପ୍ରକାରର ପୂଜା ପରେ ଭଗବାନ ଗଣେଶଙ୍କ ଦର୍ଶନ କରିପାରିବା। ଦେଶସାରା ଲୋକ ଗଣେଶ ଚତୁର୍ଥୀକୁ ବହୁତ ଧୁମଧାମରେ ମନେଇଥାଆନ୍ତି। ଭଗବାନ ଗଣେଶଙ୍କ ମୂର୍ତି ଆଣି ବିରାଜମାନ କରିବା ଠାରୁ ତାଙ୍କର ବିସର୍ଜନକୁ ମଧ୍ୟ ବିଶେଷ ଧୁମଧାମରେ ମନେଇଥାଆନ୍ତି। ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଚତୁର୍ଥୀ ଠାରୁ ଚତୁର୍ଦଷୀ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲେ। ଏହା ପରେ ତାଙ୍କୁ ବିସର୍ଜନ କରାଯାଏ। ପୂଜା କରିବା ବେଳେ ଏହି କଥାକୁ ଧ୍ୟାନ ରଖନ୍ତୁ ।
🙏ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତି ଆଣିବା ପରେ ତାଙ୍କୁ ପୂଜା କରନ୍ତୁ ଏବଂ ଚୌକି ଉପରେ ଲାଲ ରଙ୍ଗର ବସ୍ତ୍ର ବିଛେଇ ତାହା ଉପରେ ମୂର୍ତ୍ତିକୁ ରଖିବେ। ଏହା ପରେ ଗୋଟେ କଳସରେ ଜଳ ପୁର୍ଣ କରି ତାହା ଉପରେ ଗୋଟେ ନଡ଼ିଆ ରଖି ଚୌକି ପାଖରେ ରଖିଦିଅନ୍ତୁ। ଦିନକୁ ଦୁଇଥର ଗଣେଶଙ୍କ ଆଳତୀ କରନ୍ତୁ। ଭଗବାନ ଗଣେଶଙ୍କୁ ଲାଲ ରଙ୍ଗ ଅର୍ପଣ କରନ୍ତୁ ଯେପରି ଲାଲ ସିନ୍ଦୁର ଲାଲ ବସ୍ତ୍ର ଏସବୁ। କାହିଁକିନା ଲାଲ ରଙ୍ଗ ଭଗବାନ ଗଣେଶଙ୍କୁ ପ୍ରିୟ ରଙ୍ଗ ହୋଇଥାଏ। କଥାରେ ଅଛିକି ଭଗବାନ ଗଣେଶଙ୍କୁ ଲାଲ ରଙ୍ଗ ଅର୍ପଣ କରିବା ଦ୍ୱାରା ଭଗବାନ ଗଣେଶ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ପୂର୍ବ ଦିଗ ଭଗବାନ ଗଣେଶଙ୍କ ପ୍ରିୟ ଦିଗ ହୋଇଥିବାରୁ ଭଗବାନ ଗଣେଶଙ୍କ ମୁଖ ପୂର୍ବ ଦିଗ ଆଡ଼କୁ ରହିବା ଦରକାର।
🙏ଗଣେଶଙ୍କୁ ସବୁବେଳେ ସାମ୍ନାରୁ ହିଁ ଦର୍ଶନ କରିବା ଉଚିତ। କୁହାଯାଏ କି ଭଗବାନ ଗଣେଶଙ୍କ ପଛ ପଟେ ବା ପିଠି ଆଡ଼କୁ ଦରିଦ୍ରତା ନିବାସ କରେ। ତେଣୁ ପିଠି ପଟରୁ ଦର୍ଶନ କରିବା ଅନୁଚିତ। ଆଉ ଗୋଟେ କଥା ବିଶେଷ ଧ୍ୟାନ ଦେବା ଦରକାର ଯଦି ଆପଣ ଗଣେଶ ପୂଜା ଘରେ କିମ୍ବା ଯେଉଁଠି ବି କରୁଛନ୍ତି ତାହେଲେ ବାମ ଶୁଣ୍ଢ ଥିବା ଗଣେଶଙ୍କର ମୂର୍ତି ଆଣି ବିରାଜମାନ କରିବା ଉଚିତ। ଏହାଦ୍ୱାରା ଅଧିକ ଶୁଭ ହୋଇଥାଏ। ଏହାକୁ ପୂଜା କଲେ ଶୀଘ୍ର ହିଁ ଫଳପ୍ରାପ୍ତି ହୋଇଥାଏ। ଡାହାଣ ଶୁଣ୍ଢ ଥିବା ଗଣେଶ ଡେରିରେ ହିଁ ପ୍ରସନ୍ନ ହୋଇଥାନ୍ତି। ଭଗବାନ ଗଣେଶ ଏମିତି ଦେବତା ଯାହାଙ୍କ ପୂଜାରେ ଦୁବର ପ୍ରୟୋଗ ହୋଇଥାଏ। ଏହାର ପଛରେ ଗୋଟିଏ କଥା ରହିଛି ।ଅଗଲା ଅସୁର ନାମକ ଜଣେ ରାକ୍ଷସ ଥିଲା ଯିଏକି ମୁନି ଋଷି ମାନଙ୍କୁ ଜୀବିତ ଗିଳି ଦେଉଥିଲା ।ଭଗବାନ ଶ୍ରୀ ଗଣେଶ ସେହି ରାକ୍ଷସକୁ ଗିଳିଦେଲେ। ଏହାପରେ ତାଙ୍କ ପେଟରେ ଜ୍ଵଳନ ହୋଇଥିଲା। ତାଙ୍କ ପେଟରେ ଜ୍ଵଳନକୁ ଶାନ୍ତ କରିବା ପାଇଁ କଶ୍ୟପ ଋଷି ତାଙ୍କୁ ଦୁବ ଦେଇଥିଲେ। ଏଣୁ ଭଗବାନ ଗଣେଶଙ୍କୁ ଦୁବ ଚଢାଯାଏ। ଆହୁରି ଗୋଟେ କଥା ମଧ୍ୟ ଠିକ ଭାବରେ ଧ୍ୟାନ ରଖନ୍ତୁ।
🙏ତୁଳସୀ ପତ୍ର ଭଗବାନ ଶ୍ରୀ ଗଣେଶଙ୍କ ପୂଜାରେ ଚଢାନ୍ତୁ ନାହିଁ। କାରଣ ପୁରାଣ ଅନୁସାରେ ଥରେ ତୁଳସୀ ଭଗବାନ ଗଣେଶଙ୍କ ସମକ୍ଷରେ ବିବାହ ପ୍ରସ୍ତାବ ରଖିଥିଲେ। କିନ୍ତୁ ସେ ବ୍ରହ୍ମଚାରି କହି ପ୍ରସ୍ତାବକୁ ଏଡାଇ ଦେଇଥିଲେ। ଏଣୁ ତୁଳସୀ ଭଗବାନ ଗଣେଶଙ୍କର ଦୁଇଥର ବିବାହ ହେବ ବୋଲି ଅଭିଶାପ ଦେଇଥିଲେ। ଏବଂ ଗଣେଶ ତୁଳସୀଙ୍କୁ ରାକ୍ଷସ ସହ ବିବାହ ହେବ ବୋଲି ଅଭିଶାପ ଦେଇଥିଲେ। କିନ୍ତୁ ପରେ ତୁଳସୀ କ୍ଷମା ମାଗିବା ପରେ ଗଣେଶ ତାଙ୍କୁ କ୍ଷମା କରିଦେଇଥିଲେ। ସେ କହିଥିଲେ ତୁଳସୀର ପ୍ରୟୋଗ ମୋ ପୂଜାରେ ହେବ ନାହିଁ। ତେଣୁ ଗଣେଶଙ୍କ ପୂଜାରେ ତୁଳସୀର ପ୍ରୟୋଗ କରାଯାଏ ନାହିଁ।
🙏ଗଣେଶଙ୍କ ପୂଜା ଦିନ ବା ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କୁ ଦର୍ଶନ କରନ୍ତୁ ନାହିଁ। ଏହିଦିନ ଚନ୍ଦ୍ରମାଙ୍କୁ ଦର୍ଶନ କରିବା ଅଶୁଭ ହୋଇଥାଏ। ଗଣେଶଙ୍କ ପୂଜା ଦିନ ଠାରୁ ବିସର୍ଜନ ପର‌୍ୟ୍ୟନ୍ତ ବା ଦଶ ଦିନ ପର୍ଯ୍ୟନ୍ତ  ଭୁଲରେ ବି ମାଂସ ଏବଂ ମଦର ସେବନ କରନ୍ତୁ ନାହିଁ। ଭଗବାନ ଶ୍ରୀ ଗଣେଶ ଏମିତି ଲୋକ ଉପରେ ଶୀଘ୍ର କ୍ରୋଧିତ ହୋଇଯାଇଥାନ୍ତି। ଏବଂ ସେମାନଙ୍କ ଉପରେ କେବେ ମଧ୍ୟ କୃପା କରିବେ ନାହିଁ। ତା ସହିତ ଧ୍ୟାନ ରଖନ୍ତୁ ଗଣେଶ ପୂଜା ଦିନ ବଡ଼ ମାନଙ୍କ ଅପମାନ କରନ୍ତୁ ନାହିଁ। ବିଦ୍ୟାର୍ଥୀ ମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରିସାରି ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ। ଏହା ଦ୍ୱାରା ମା ସ୍ୱରସ୍ୱତୀ ଏବଂ ଭଗବାନ ଗଣେଶ ଦୁଇଜଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ପଢ଼ାରେ ମଧ୍ୟ ମନ ଲାଗିଥାଏ।🙏

Leave A Reply

Your email address will not be published.