ରାୟଗଡ଼ା,୧୬/୭(ଏସ ଏସ ନିଉଜ) କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।ଆଜି ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜଣାପଡିଛି ।୧୬ ଜଣ ଆକ୍ରାନ୍ତ ହୋଇ କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।
