ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ହାଣିଲେ

0 73

ଗଞ୍ଜାମ,୧୬ା୩(ଏସଏସନିଉଜ) ଦୁଇଗୋଷ୍ଠିମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଗତକାଲି ଦୁବପଲ୍ଲୀ ଗ୍ରାମ ନିକଟରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇଗୋଡ଼ାଇ ହାଣି ରକ୍ତାକ୍ତ କରିଛନ୍ତି । ଏଥିରେ ରାଳବ ଗ୍ରାମର ବି. ସନ୍ତୋଷ ପାତ୍ର ଗୁରୁତର ହୋଇଥିଲେ। ତାଙ୍କର ହାତରେ ଖଣ୍ଡା ଚୋଟ ପଡ଼ିଛି। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରାଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ତୋଷ ରାତିରେ ଦୁବପଲ୍ଲୀ ଦେଇ ଆସୁଥିବା ବେଳେ ବିପକ୍ଷ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ। ସନ୍ତୋଷ ହାତ ଦେଖାଇଦେବାରୁ ଖଣ୍ଡାଚୋଟ ହାତରେ ବାଜିଥିଲା ।ଏହାପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ ।ଖବରପାଇ ସନ୍ତୋଷଙ୍କ ପରିବାରଲୋକଆସି ରକ୍ତାତଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ।

Leave A Reply

Your email address will not be published.