ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ

ଭୁବନେଶ୍ଵର,୨୧।୫(ଏସଏସ ନିୟୁଜ୍)ଜୁନ୍‌ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ ।
ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ।ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ, ଜୁନ୍ ୪ତାରିଖ ଅପରାହ୍ନ ୩ଟାପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।ଜୁନ୍ ୨୩ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଓ ୨୪ତାରିଖ ସକାଳ ୮ଟାରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।

- Advertisement -

Leave A Reply

Your email address will not be published.