କାୟା ମେଲାଉଛି କରୋନା

ଆଜିର ଖବର,ତାରିଖ–୦୭ ଅପ୍ରେଲ ୨୦୨୧(ବୁଧବାର)

0 196

୧. ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ ।
୨. ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
୩. ଓଡିଶା ପ୍ରଗତି ସଂପର୍କରେ ଜାଣିବା ପାଇଁ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ଶିକ୍ଷାନବିସଙ୍କର ଓଡ଼ିଶା ଆଗମନ ।
୪. କାହିଁକି ସବୁ ବର୍ଗର ଲୋକଙ୍କୁ ଦିଆଯାଉନି କରୋନା ଟିକା; କହିଲା କେନ୍ଦ୍ର ।
୫. ପତ୍ନୀଙ୍କ ଭରଣପୋଷଣ ନେଇ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ପତ୍ନୀଙ୍କ ଭରଣ ପୋଷଣ ଓ ନିଜ ପିଲାମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ସ୍ୱାମୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି କୋର୍ଟ ।
୬. ରୋହିତ ଆର୍ମି ସହ ଲଢିବାର ମନ୍ତ୍ର ଦେଲେ ବିରାଟ କୋହଲି, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଏମଆଇ ଓ ଆରସିବି ।
୭. ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍ (ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ନିୟମ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।
୮. ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ।
୯. ଆଗାମୀ ୩ ଦିନ ବର୍ଷିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୮ ତାରିଖ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର,ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହିସବୁ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି ।
୧୦. ହାଓଡାରୁ ଆସୁଥିବା ୪ଟି ଟ୍ରେନର ସମୟ ପରିବର୍ତ୍ତନ କରିଲା ରେଳବାଇ ।
୧୧. ବିଜେପି ଫୋକସ୍‌ରେ ପଶ୍ଚିମବଙ୍ଗ । ୩ଟି ଚରଣ ମତଦାନ ଶେଷ ହୋଇଥିବା ବେଳେ ଆହୁରି ୫ଟି ପର୍ଯ୍ୟାୟରେ ଭୋଟ ପଡ଼ିବାର ଅଛି । ପଶ୍ଚିମବଙ୍ଗ ରାଜନୀତିରୁ ଟିଏମସିକୁ ବେଦଖଲ କରିବା ପାଇଁ ବିଜେପିର ମଙ୍ଗ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧରିଛନ୍ତି ।
୧୨. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଡୋଜ କରୋନା ଟୀକା ଗ୍ରହଣ କରୁଛନ୍ତି ।
୧୩. ବିଜେପିରେ ସାମିଲ ହେଲେ ବୀରପୁରୁଷତମ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଏବଂ ସ୍ୱଂୟ ସହାୟିକା ମହିଳା ।
୧୪. ମହାରାଷ୍ଟ୍ରରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨୯୭ ଜଣଙ୍କ ମୃତ୍ୟୁ ।
୧୫. କୋଭିଡ ନିୟମ ଅନୁପାଳନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ହେବ ୧୦ ଦିନିଆ ଅଭିଯାନ ।
୧୬. ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଚାଷ କାର୍ଯ୍ୟ ଦ୍ୱାରା ଚାଷୀ ଲାଭବାନ ହେବା ସହିତ ରାଜ୍ୟ ଫଳ ଓ ପନିପରିବାରେ ଆତ୍ମନିର୍ଭର ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
୧୭. ଏପ୍ରିଲ ୨୪ରେ ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି.ରମନ୍ନା ।
୧୮. ଫୁଲବାଣୀ ଓ ଟିକାବାଲିରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ।
୧୯. ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା ପରେ ଜମାଟୋ ଓ ସ୍ବିଗି ଭଳି ଫୁଡ୍ ଡେଲିଭରି ଆପ୍ସ ଅର୍ଡର ନେବେ ନାହିଁ ।
୨୦. ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଆକ୍ରମଣକୁ ପିସିସି ସଭାପତିଙ୍କ ଦୃଢ଼ ନିନ୍ଦା ।
୨୧. ଛତିଶଗଡ଼ ମାଓବାଦୀ-ସୁରକ୍ଷାକର୍ମୀ ସଂଘର୍ଷ, ସହିଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ସୁବାଷ ନାଏକ ।
୨୨. ଆଉ ୩ଦିନରେ ସରିଯିବ ଟିକା, ଆଉ ୨୦ଲକ୍ଷ କୋଭିଶିଲଡ୍ ଟିକା ତୁରନ୍ତ ଦିଅ: ଓଡ଼ିଶା ।
୨୩. ୧୮ ରୁ ୪୪ବର୍ଷ ବୟସର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କୋଭିଡ୍ ଟିକା ପ୍ରଦାନ କରାଯିବ ।
୨୪. କରୋନା ଭୟରେ ଟୋକିଓ ଅଲିମ୍ପିକ୍‌ରୁ ଓହରିଲା ଉତ୍ତର କୋରିଆ ।
୨୫. ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସିଧାସଳଖ ପାଟନାକୁ ବିମାନ ଉଡ଼ିବ । ମେ’ ୧ ତାରଖରେ ସ୍ପାଇସ୍ ଜେଟ୍ ବିମାନ ସେବା ଆରମ୍ଭ କରିବ ।
୨୬. ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓଇଆରସି. କାର୍ଯ୍ୟାଳୟ ଘେରାଉ ।
୨୭. ଓଡ଼ିଶାରେ ମଙ୍ଗଳବାର ୨୬୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତ ସଂଖ୍ୟା ୩,୩୮,୪୧୬ରେ ପହଞ୍ଚିଛି ।
୨୮. କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ ତାରିଖ ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ ।
୨୯. ଶାନ୍ତିସ୍ତୂପ ମରାମତି: ଖର୍ଚ୍ଚ ହେବ ୧କୋଟି ଟଙ୍କା ।
୩୦. ପଶ୍ଚିମବଙ୍ଗରେ ମୁହାଁମୁହିଁ ମୋଦି ଓ ମମତା । ମମତାଙ୍କୁ ଟାର୍ଗେଟ କରି ମୋଦି କହିଲେ ରାଜ୍ୟରେ ନିର୍ବାଚନ ହାରିସାରିଛି ଟିଏମସି ।
କରୋନା ଟିପ୍ସ୍ : ଆମ ସୁରକ୍ଷା ଆମ ଦାୟିତ୍ଵ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା -ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । ଶୁଭସକାଳ ,ସୁପ୍ରଭାତ।

Leave A Reply

Your email address will not be published.