ଭୁବନେଶ୍ୱର,୪।୯(ଏସଏସନିଉଜ)ପୁଣି ଥରେ ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବାନର ଦୁନିଆଁରେ ରହୁଥିବା
ହୁଲକ୍ ଗିବନ୍ ଖୁଆଡରୁ ଖସି ପୁଣି ୪୦ମିନିଟ ପରେ ଭିତରକୁ ପଶିଥିଲା।ତେବେ ଏତେବଡ ଘଟଣାକୁ ଚାପି ଦେବାକୁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି।ଏତେବଡ ଘଟଣା ପରେ ନା ଜନ୍ତୁ ବିଭାଗ ନା ମୁଖିଆ ମୁଁହ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି ।
ପ୍ରକାଶ ଯେ,ଶୁକ୍ରବାର ସକାଳ ପାଖ ପାଖି ୯ଟା ସମୟରେ ପର୍ଯ୍ୟଟକ ମାନେ ନନ୍ଦନକାନନରେ ବୁଲୁଥିଲେ।ବାନର ଦୁନିଆ ସାମ୍ନାରେ କିଛି ପର୍ଯ୍ୟଟକ ଛିଡ଼ା ହୋଇଥିବା ବେଳେ ଖୁଆଡ ବାହାରେ ଥିବା ଏକ ବଡ ଗଛ ଉପରେ ଏକ ହୁଲକ୍ ଗିବନ୍ ବସିଥିବାର ଦେଖିବାକୁ ପାଇଥିଲେ। ପର୍ଯ୍ୟଟକମାନେ ଏହା ଦେଖି ପାଖରେ ବୁଲୁଥିବା କିଛି କର୍ମଚାରୀଙ୍କୁ ଖବର ଦେଇଥିଲେ।ଏହି ଖବର ପାଇ ତୁରନ୍ତ କର୍ତ୍ତୃପକ୍ଷ ଗିବନ୍ କୁ ଧରିବା ପାଇଁ ଟ୍ରାଙ୍କୁଲାଇଜ୍ ଟିମ୍ କୁ ସୂଚନା ଦେଇଥିଲେ।ହେଲେ ଟ୍ରାଙ୍କୁଲାଇଜ୍ ଟିମ୍ ଆସିବା ପରେ ସେଠାରେ ପର୍ଯ୍ୟଟକ ଏବଂ କର୍ମଚାରୀମାନେ ପାଟି କରିବାରୁ ଭୟରେ ଗିବନ୍ ଟି ଯେଉଁଠୁ ବାହାରିଥିଲା ପୁଣି ସେହି ବାଟ ଦେଇ ଖୁଆଡ ଭିତରକୁ ପ୍ରାୟ ୪୦ମିନିଟ ପରେ ପଶି ଯାଇଥିଲା ବୋଲି ସୂଚନା ମିଳିଛି। ଫଳରେ ଏକ ବଡ ଅଘଟଣ ଟଳି ଯାଇଥିଲା।ଏହି ଘଟଣା ପରେ ଜନ୍ତୁ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Next Post
