ଖଟିଆରେ ବୁହାହେଲେ ରୋଗୀ

0 156

ସୁନ୍ଦରଗଡ଼,୨୫/୬(ଏସଏସନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମର ଦିଲୀପ ବାରୁଆ ନାମକ ଯୁବକ ବିଷପାନ କରି ଗୁରୁତର ହୋଇପଡିଥିଲେ ।ଦୀଲିପକୁ ଡାକ୍ତରଖାନା ନେବାପାଇଁ ପରିବାରଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା । ନାଳରେ ପାଣିଥିବାରୁ ଗାଁ ମଧ୍ୟକୁ ପହଞ୍ଚି ନପରି ଦୁଇକିଲାମେିଟର ଦୁରରେ ରହିଥିଲା ଆମ୍ବୁଲାନ୍ସ । ଆରପଟେ ଦୀଲିପର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଥିବାର ଦେଖି ଆମ୍ବୁଲାନ୍ସ କର୍ମଚାରୀମାନେ ଖଟିଆରେ ୨ କିଲୋମିଟର ଵୋହି ନାଳ ପାରିକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ଆମ୍ବୁାଲାନ୍ସ ଯୋଗେ ସବଡେଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀଲିପକୁ ପହଞ୍ଚାଯାଇଥିଲା ।ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଓ ଡାକ୍ତରମାନଙ୍କ ପ୍ରଚେଷ୍ଟା ଯୋଗୁ ବଞ୍ଚି ଯାଇଥିଲେ ଦିଲୀପ ।

Leave A Reply

Your email address will not be published.