କିଏ ନବ ଗଣ୍ଡରପୁର କପ!

ସର୍ବଭାରତୀୟ ଗଣ୍ଡରପୁର ଫୁଟବଲ କପ୍

0 191

ବାରଙ୍ଗ,୧୦/୧୨(ଏସଏସନିଉଜ) କିଏ ହାତେଇବ ଗଣ୍ଡରପୁର କପ୍ ।ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ହେବ ଉଦ୍ୟାପିତ ।୨୦ବର୍ଷରେ ପଦାର୍ପଣ କରିଥିବା ଏହି କ୍ରିଡାଅନୁଷ୍ଠାନ ଦର୍ଶକମାନଙ୍କ ମନକୁ କିଣିପାରିଛି ।ଅଂଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନକରିପାରି ବେଶ ଲୋକପ୍ରିୟତା ହାସଲ କରିପାରିଛି ।ଆୟୋଜକମାନଙ୍କର ସଠିକପରିଚାଳନା ଯୋଗୁ ସବୁବର୍ଷଭଳି ଏଥର ହୋଇଥିବା ପ୍ରତିଯୋଗୀତାରେ ମଧ୍ୟ ରାଜ୍ୟର ବିିଭିର୍ଣ ଜିଲ୍ଲାରୁ କ୍ରିଡାପ୍ରେମୀ ପ୍ରତିଯୋଗୀମାନଙ୍କର ଆଗମନ ହୋଇଛି ।ଏହି ପ୍ରତିଯୋଗୀତା ମାଧ୍ୟମରେ ଗ୍ରାମାଂଚଳରେ ଥିବା କ୍ରିଡାପ୍ରତିଭାମାନଙ୍କୁ ଆବିସ୍କାର,ଅଂଚଳରବିକାଶ ସହ ଭାଇଚାରାର ବାର୍ତା ବାଂଟିବାର ମୁଖ୍ୟ ଆୟୁଧକୁ ଆପଣେଇଛନ୍ତି ଆୟୋଜକ ଟିମ୍ ।

 

ଶନିବାର ଥିଲା ପ୍ରତିଯୋଗୀତାର ସପ୍ତମ ଦିବସ। ଗ୍ରାମାଞ୍ଚଳବର୍ଗରୁ ଦୁଇଟି ଓ ସହରାଞ୍ଚଳ ବର୍ଗରୁ ଗୋଟିଏ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା।ଗ୍ରାମାଞ୍ଚଳ ପକ୍ଷରୁ ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଗୋଠପୁର ମା’ମଙ୍ଗଳା କ୍ଲବ ୩-୦ ଗୋଲରେ ବ୍ରାହ୍ମଣୀଗାଁ ଇଲେଭେନ୍ କ୍ଲବକୁ ହରାଇ ଫାଇନାଲକୁ ପ୍ରବେଶ କରିଛି।ଦ୍ବିତୀୟ ମ୍ୟାଚ୍ ଘାଟିକିଆ ବଜରଙ୍ଗବାଲି କ୍ଲବ ୧-୦ ଗୋଲରେ ପ୍ରତାପନଗରୀ ପ୍ରତାପ କ୍ଲବକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି।ସେହିପରି ସହରାଞ୍ଚଳ ବର୍ଗରୁ ବିଡାନାସୀ ମା’ଭୂଆଶୁଣୀ କ୍ଲବ ସହ ବରଗଡ ୟୁନାଇଟେଡ କ୍ଲବ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳ ହୋଇଥିଲା।ନିଦ୍ଧାରିତ ସମୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବାରୁ ଟ୍ରାଇବ୍ରେକରରେ ବିଡାନାସୀ ୭-୪ ଗୋଲରେ ବରଗଡ ଦଳକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି।ଓଡିଆ ଚଳଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଗ୍ରାମାଞ୍ଚଳ ବର୍ଗର ଗୋଠପୁର ଦଳର ଭାବଗ୍ରାହୀ ପଢିଆରୀ ଓ ଘାଟିକିଆ ଦଳର ସଞିତ୍ ପାନ୍ନା ମ୍ୟାନଅଫଦି ମ୍ୟାଚ୍ ହୋଇଥିବାବେଳେ ସହରାଞ୍ଚଳର ବିଡାନାସୀ ଦଳର ଚିନ୍ମୟ ବେହେରା ମ୍ୟାନଅଫଦି ମ୍ୟାଚ୍ ହୋଇଥିଲେ ।

ରବିବାର ହେଉଛି ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ୟାପନିଦିବସ ।ଶେଷ ଦିନରେ ଫାଇନାଲ ମ୍ୟାଚ୍ ଗ୍ରାମାଞ୍ଚଳବର୍ଗରୁ ଗୋଠପୁର ସହ ଘାଟିକିଆ ଓ ସହରାଞ୍ଚଳରୁ ବିଡାନାସୀ ମା ଭୁଆଷୁଣିକ୍ଲବ ସହ ଭୁବନେଶ୍ୱର ଜଗା ୟୁନାଇଟେଡକ୍ଲବ ମଧ୍ୟରେ ଫାଇନାଲମ୍ୟାଚ ହେବବୋଲି ଆୟୋଜକ କ୍ଲବର ସମ୍ପାଦକ ମାନସରଞନପଢିହାରୀ ସୁଚନା ଦେଇଛନ୍ତି ।ତେବେ କିଏ ହାତେଇବ ଗଣ୍ଡରପୁର କପ୍ ।କିଏହେବ ବିଜେତା ।ଆଉ ଦର୍ଶକମାନଙ୍କପାଇଁ ମାଗଣାରେ ଉପଲବ୍ଧ ଥିବା ଲଟେରୀମାଧ୍ୟମରେ କାହାକୁ ମିଳିବ ବାଇକ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.