ଡେଲାଙ୍ଗ,୧୮/୬(ଏସଏସନିୟୁଜ) ପଟ୍ଟନାୟକିଆ– ଡେଲାଙ୍ଗ ରାସ୍ତାର ଲୁଣାନଦୀ ସେତୁ ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରେ ବସିଥିଲେ । ଡେଲାଙ୍ଗ ବ୍ଳକରେ ମିଲର ,ଯୋଗାଣ ବିଭାଗ ଓ ସମବାୟ ସମିତିର ସମ୍ପାଦକ ମାନଙ୍କ ମଧୁଚନ୍ଦିକା ଯୋଗୁ ଚାଷୀ ମାନେ ପ୍ରାୟ ଚାରି ଘଣ୍ଟା ରାସ୍ତା ରୋକ କରିଥିଲେ । ଡେଲାଙ୍ଗ ତହସିଲଦାର ଓ ଥାନା ଆଇଆଇସି ଚାଷୀଙ୍କୁ ବୁଝାସୁଜା କରିବାସହ ପ୍ରତିଶୃତି ଦେବା ପରେ ଚାଷୀ ମାନେ ରାସ୍ତାରୁ ହଟିଥିଲେ ।ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକିରହିଥିବା ଗାଡି ମଟରଗୁଡିକ ଯାତାୟତ କରିଥିଲା । ରବି ଋତୁରେ ଧାନ ବିକ୍ରୟ ପାଇଁ ଚାଷୀ ମାନେ ଡେଲାଙ୍ଗ ବ୍ଳକରେ ସମବାୟ ସମିତି ଜରିଆରେ ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଧାନ ବିକ୍ରୟ ପାଇଁ ଟୋକୋନ ମିଳିଥିଲା । ମଣ୍ଡି ନ ଖୋଲିବାରୁ ଟୋକେନ ସମୟ ସୀମା ଶେଷ ହୋଇଆସୁଥିବାରୁ ଚାଷୀମାନେ ଧାନ ବିକ୍ରୟ କରି ପାରିନଥିଲେ ।ଏବିଷୟରେ ଚାଷୀମାନେ ବ୍ଲକପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା ।ଅନ୍ୟପଟେ ଧାନ ବିକ୍ରୟରୁ ବଞ୍ଚିତ । ଅନ୍ୟ ପକ୍ଷେ ମଣ୍ଡି ନ ଖୋଲିବାରୁ ଚାଷୀମାନଙ୍କର ଶହ ଶହ କୁଇଣ୍ଟାଲ ଧାନ ଖରାବାରିରେ ପଲିଥିନ ତଳେ ଥୁଆ ହୋଇ ବିକ୍ରି କରିପାରୁନାହାନ୍ତି ।ବାଧ୍ୟହୋଇଚାଷୀମାନେ ଧାନ ବସ୍ତା ଓ ଲଙ୍ଗଳ ଥୋଇ ଅମାଳଙ୍ଗ ଛକ ନିକଟରେ ଧାନ ମଣ୍ଡି ସଠିକ ପରିଚାଳନା ନ କରିବା, ଟୋକୋନ ଅବଧି ଶେଷ ହୋଇଯିବା , ଧାନ ବିକ୍ରୟ ସମୟରେ ଧାନ କାଟଛାଟ ନେବା,ତୁରନ୍ତ ମଣ୍ଡି ଖୋଲିବା ଆଦି ଦାବୀନେଇ ଚାଷୀମାନେ ରାସ୍ତାରୋକ କରିଥିଲେ ।ଖବରପାଇ ଖବର ପାଇ ଡେଲାଙ୍ଗ ତହସିଲଦାର,ଥାନା ଅଧିକାରୀ ଆସି ଚାଷୀମାନଙ୍କୁ ବୁଝାସୁଜା କରିବା ସହ ତୁରନ୍ତ ଧାନ ମଣ୍ଡି ଜରିଆରେ ଧାନ ଉଠିବାର ପ୍ରତିଶୃତି ପରେ ରାସ୍ତାରୋକ ଉଠିଥିଲା । ଅମାଳଙ୍ଗ ଛକରେ ଚାଷୀମାନେ କରିଥିବା ରାସ୍ତାରୋକ ବିଷୟରେ ଜିଲ୍ଲାପ୍ରଶାସନ ପାଖରେ ଖବର ପହଁଚିବାପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚାଷୀମାନେ ଆଣିଥିବା ଅଭିଯୋଗ ମୁତାବକ ଡେଲାଙ୍ଗ ବ୍ଳକର ପ୍ରଗତି ସମବାୟ ସମିତିର ସମ୍ପାଦକ ବାଙ୍ଗୁ ରାଉତରାୟଙ୍କୁ ନିଲମ୍ବିତ କରିଛନ୍ତି ।ତାଙ୍କସ୍ଥାନରେ ସିଂହବ୍ରହ୍ମପୁର ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନଙ୍କୁ ଦାୟତ୍ୱ ଦିଆଯାଇଥିବା ଜଣାପଡିଛି ।