ଲୁହାରଡ ଚୋରୀକରି ଯୁବକ ଗିରଫ

ମେଣ୍ଢାଶାଳ,୨୧/୯(ଏସଏସନିଉଜ)ନିର୍ମାଣଧିନ ଘରୁ ରଡ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାରଦିନ ପଥରଗାଡିଆ ଗାଁର ଭଗବାନବେହେରା ନାମକ ଯୁବକକୁ ଗିରଫ କରି କୋର୍ଟ ଚାଳଣ କରିଛି । ଜିତେନ୍ଦ୍ରକୁମାର ବେହେରା ନାମକ ବ୍ୟକ୍ତି ପଥରଗାଡିଆ ପାଖରେ ଘରକରିବ ପାଇଁ ଲୁହାରଡ ଆଣି ରଖିଥିଲେ । ନିଶାଖୋର ଯୁବକ ଭଗବାନ ନିଶାସେବନ ନିମନ୍ତେ ଟଙ୍କା ଅବଶ୍ୟକ ଥିବାରୁ ତା ସ୍କୁଟିରେ ବାନ୍ଧି ୩୦ଟି ୧୬ଏମଏମ ଲୁହାରଡ ନେଇଯାଇଥିଲା ।ବହୁ ଖୋଜାଖୋଜି ପରେ ଜିତେନ୍ଦ୍ର ଚୋରି ହୋଇଥିବା ରଡ ନପାଇବାରୁ ୧୪ତାରିଖରେ ଚନ୍ଦକାଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୨୧୮/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବା ସହ ଭଗବାନ ଓରଫ ଭୋବନାକୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.