ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା ପ୍ରଦାନ କରିବ ଆଇନବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକସହାୟତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।
