ମଦବେପାରିକୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ …

0 404

ବାରଙ୍ଗ,୭/୪(ଏସ୍‌ଏସ୍‌ନିୟୁଜ)ମଦ ବେପାରି କୁ ଗାଁ ଦାଣ୍ଡ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ପରେ ଗାଁବୁଲାଇ ମହିଳାମାନେ ଥାନା ର ଜିମା ଦେଲେ । ଏଭଳି ଘଟଣା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଫାଣ୍ଡି ଅଧୀନସ୍ଥ ପାଣିଓରା ଗ୍ରାମରେ ଦିର୍ଘଦିନଧରି ନିର୍ବିଘ୍ନରେ ଦେଶୀମଦ ବିକ୍ରି ଚାଲୁଥିଲା । ଗ୍ରାମବାସୀମାନେ ଫାଣ୍ଡିରେ କହିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିଲା ।ମଦବେପାରୀକୁ ପାନେଦେବାକୁ ଗ୍ରାମର ମହିଳାମାନେ ଏକାଠି ହେଲେ ।ବୁଧବାରଦିନ ସକାଳେ ଦେଶୀମଦବେପାରୀ ଗାଁମୁଣ୍ଡରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବାମାତ୍ରେ ମହିଳାମାନେ ସଙ୍ଗବଦ୍ଧ ହୋଇ ପହଂଚିଥିଲେ ।ଦେଶିମଦଭର୍ତି ବ୍ଲାଡର ସହ ୪ଜଣ ମଦବେପାରୀଙ୍କୁ ସାଙ୍ଗରେ ଗାଁମଝିକୁ ଆଣି ବିଦ୍ୟୁତଖୁଂଟରେ ବାନ୍ଧି ପକାଇଥିଲେ ।ନିର୍ଦ୍ଧୁମ ଛେଚିବା ସହ ଗାଁଦାଣ୍ଡରେ ବୁଲାଇଥିଲେ । ପରେ ଚନ୍ଦକା ପୋଲିସକୁ ଡାକି ଏହି ୪ଜଣ ମଦବେପାରୀଙ୍କୁ ହସ୍ତାନ୍ତର କରିଥିଲେ ।ମଦବେପାରୀମାନେ ପାଣିଓରା ଓ ଡମପଡା ଅଂଚଳର ବୋଲି ଜଣାପଡିଛି ।ପୋଲିସ ଶୁଣିଲାନାହିଁ,ମହିଳାମାନେ କଲେ । ନିଜ ପରିବାରକୁ ବଂଚାଇବା ପାଇଁ ଓ ମଦବେପାରକୁ ବନ୍ଦ କରିବାପାଇଁ ମଦବେପାରୀଙ୍କୁୁ ଧରିବାକୁ ପ୍ରଂସଶା କରୁଥିବାବେଲେ ଆଇନକୁ ହାତକୁ ନେଇ ମାରଧର କରିବାକୁ କେତେକ ନାପସନ୍ଦ କରୁଛନ୍ତି ।ତେବେ ମହିଲାମାନଙ୍କର ଏହି କାର୍ଯ୍ୟକୁ ନେଇ ଚନ୍ଦକା ଅଂଚଲରେ ଚର୍ଚ୍ଚା ଯୋରଧରିଛି ।

Leave A Reply

Your email address will not be published.