ମହିଳା ଭାଙ୍ଗିଲେ ମଦଦୋକାନ,ଫେରିଲା ପୋଲିସ

0 156

କେନ୍ଦୁଝର,୧୯/୧୧(ଏସଏସନିୟୁଜ) ମହିଳାମାନେ ଏକାଠିହୋଇ ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ।ମଦଦୋକାନ ଭିତରେ ରହିଥିବା ସମସ୍ତମଦକୁ ବୋହିନେଇ ନଷ୍ଟ କରିଦେଇଛନ୍ତି ।ପୋଲିସ ମହିଳାମାନଙ୍କୁ ବୁଝାସୁଜା କରିବା ପାରେ ମହିଳାମାନେ ନଶୁଣୀବରୁ ପୋଲିସ ନିରାଶ ହୋଇ ଫେରିଆସିବା ଘଟଣା ଏବେ ଚର୍ଚ୍ଚା ଧରିଛି ।ଏଭିଭଳି ଘଟଣା ଗୁରୁବାରଦିନ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବାଂଶପାଳ ବ୍ଲକରେ ଆଞ୍ଚଳିକ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଚାଲୁ ରହିଛି। ସାପ୍ତାହିକ ହାଟରେ ବିକ୍ରି ହେଉଥିବା ହାଣ୍ଡିଆ ଓ ଦେଶୀ ମଦ ବିକ୍ରିକୁ ମହିଳାମାନେ ବନ୍ଦ କରିବା ସହ ସାପ୍ତାହିକ ହାଟ ଦିନ ହାଟ ପଦା ପାଖରେ ଥିବା ବିଦେଶୀ ମଦ ଦୋକାନକୁ ବିକ୍ରି ନକରିବା ପାଇଁ କହିଥିଲେ । କିନ୍ତୁ ମଦଦୋକାନ ଖୋଲରହିଥିବାର ସୁଚନାପାଇଁ ଶହଶହମହିଳ ଏକାଠି ହୋଇ ମଦଦୋକାନଉପରେ ଚଢଉ କରି ଭାଙ୍ଗିବା ସହ ପ୍ରାୟ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ମଦସବୁକୁ ନଷ୍ଟ କରିଦେଇଥିଲେ ।ମଦଦୋକାନୀଙ୍କଠାରୁ ଖବରପାଇ ପୋଲସ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ମହିଳାମାନେ ପୋଲସିକଥାକୁ ଶୁଣିନଥିଲେ ।ଫଳରେ ପୋଲିସ ଫେରିଆସିଥିବା ଘଟଣା ସେହିଅଂଚଳରେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.