ମହିଳାଙ୍କକାର୍ଡରୁ ୧୪ହଜାର ନେଇଗଲେ ସୁରକ୍ଷାକର୍ମୀ

0 112

ଜଟଣୀ,୨ା୯(ଏସଏସନିଉଜ) ଜଣେ ମହିଳାଙ୍କ ଏଟିଏମ୍ କାର୍ଡରୁ ଚଞ୍ଚକତାକରି ୧୪ହଜାର ଟଙ୍କା ଉଠାଇନେଥିବା ଅଭିଯୋଗରେ ଜଟଣୀଥାନା ପୁଲିସ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ଓରଫ୍ କାହ୍ନା ନାମକ ଏଟିଏମ୍ ସୁରକ୍ଷାକର୍ମୀକୁ କୋର୍ଟ ଚାଲାଣ କରିଛି। ପୁଲିସ ତାନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି।
ପୁଲିସ ସୂଚନାଅନୁଯାୟୀ ଆଜି ସକାଳେ ଅଭିଯୋଗକାରିଣୀ ଜଣେ ମହିଳା ଆକ୍ସିସ୍ ବ୍ୟାଙ୍କକୁଯାଇ ତାଙ୍କ ଏଟିଏମ୍ କାର୍ଡର ପାସ୍‌ୱାର୍ଡ ବଦଳାଇବାକୁ ସେଠାରେ କାର୍ଯ୍ୟରତ ସିକ୍ୟୁରିଟିଗାର୍ଡ କାହ୍ନାର ସାହାଯ୍ୟ ମାଗିଥିଲେ।ଏହି ସୁଯୋଗରେ କାହ୍ନାମହିଳାଙ୍କ ଏଟିଏମ୍ କାର୍ଡକୁ ନିଜ ପାଖରେ ରଖି ତାଙ୍କୁ ଅନ୍ୟ ଏକ କାର୍ଡ ଧରାଇଦେଇଥିଲା।ମହିଳା ଚାଲିଯିବା ପରେ କାହ୍ନା ତାଙ୍କ ଏଟିଏମ୍ କାର୍ଡକୁ ବ୍ୟବହାର କରି ୧୪ ହଜାର ଟଙ୍କା ଉଠାଇ ନେଇଥିଲା। କିଛିସମୟପରେ ୧୪ ହଜାର ଟଙ୍କା ଉଠାଣନେଇ ମହିଳାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା ।ସାଙ୍ଗେସାଙ୍ଗେ ମହିଳାଜଣଙ୍କ ଏଟିଏମ ପାଖକୁ ୍‌ଯାଇ କାହ୍ନାକୁ ପଚାରିବାରୁ ସେ ଓଲଟା ଧମକଚମକ ଦେଇଥିଲା।ଏବିଷୟରେ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିବାପରେ ପୋଲିସ କାହ୍ନାକୁ ଥାନାକୁ ଆଣିବାପରେ ସବୁସତ କାହ୍ନା ମାନିଯାଇଥିଲା ।

Leave A Reply

Your email address will not be published.