ସ୍ତ୍ରୀର ଅଶ୍ଳୀଳଫଟୋ ଭାଇରାଲ୍

ଗିରଫହେଲେ ସ୍ୱାମୀ

0 129

ସମ୍ବଲପୁର,୨ା୯(ଏସଏସନିଉଜ) ସ୍ତ୍ରୀର ଅଶ୍ଳୀଳଫଟୋ ସୋସିଆଲମିଡିଆରେ ଛାଡ଼ି ଗିରଫ ହୋଇଛନ୍ତି ସ୍ବାମୀ ଆକ୍ରମଖାନ ।ଏହିଭଳିଘଟଣା ସମ୍ବଲପୁର ଅଂଚଳରେ ଘଟିଛି । ୨୦୦୯ମସିହାରେ ଆକ୍ରମ ଖାନ ଏନ୍ ପରଵିନ୍ କୁ ବିବାହ କରିଥିଲେ ।ବିବାହର କିଛିଦିନପରେ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ତୁକ୍ତତା ବଢିବାରୁ ସ୍ୱାମୀ ଏନ୍ ପରଵିନ୍ କୁ ମାରଧର କରିଥିଲେ ।ନିର୍ଯ୍ୟାତନା ସହିନପାରିବାରୁ ସ୍ୱାମୀକୁ ଛାଡି ସମ୍ବଲପୁର ପଳାଆସିଥିଲେ ଏନ୍ ପରଵିନ୍ ।ଫେବ୍ରୁଆରି ୨୬ ତାରିଖରେ ଆକ୍ରମ ଓ ତାଙ୍କ ପୋଷ୍ୟପୁତ୍ର ମିଶି ପରଵିନ୍‌ଙ୍କ ମୋବାଇଲ୍ ଫୋନ୍ ନେଇ ତାଙ୍କ ଇମେଲ୍ ଆଇଡି, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ୍ ଆଦି ବ୍ୟବହାର କରି ଖରାପ ଫଟୋ ପୋଷ୍ଟ କରିଚାଲିଥିଲେ।ପୁଣି ଏପ୍ରିଲ୍ ୨୩ରେ ସମ୍ବଲପୁର ଆସି ପରଵିନ୍ କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ।ଏହିଘଟଣାରେ ମହିଳା ଥାନା ପୋଲିସ ଆକ୍ରମଙ୍କୁ ଗିରଫ କରିଥିଲା। ଜାମିନ୍‌ରେ ଆସି ଆକ୍ରମ ଜୁଲାଇମାସରେ କିଛି ଅଶ୍ଳୀଳ ଫଟୋ ଏଡିଟ୍ କରି ସୋସିଆଲମିଡିଆରେ ଭାଇରାଲ କରିଥିଲେ। ସମ୍ବଲପୁର ସାଇବର୍ ଥାନାରେ ପରଵିନ୍ ଙ୍କ ଅଭିଯୋଗ ଆଧାରରେ ପୋଲିସ ଶନିବାର ଅଭିଯୁକ୍ତ ଆକ୍ରମ ଖାନଙ୍କୁ ଗିରଫ କରିଛି।

Leave A Reply

Your email address will not be published.