ମହିଳାଙ୍କୁ କିସ କରି ପୋଲିସକର୍ମୀ ହେଲେ ନିଲମ୍ବିତ

ଦେଶ ବିଦେଶର ପ୍ରମୁଖ ଖବର ,ତାରିଖ : ୨୦-୦୨-୨୦୨୧,ସମୟ :- ୯.୦୦ଟା

0 365

ମୁମ୍ବାଇ : ରିୟଲ ହିରୋଙ୍କ ଆଉ ଏକ ମହାନତା, ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍ !
ଲକ୍ଷ୍ନୌ : ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି !
ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍ ମଧ୍ୟରେ ତିନି ମାସ ବ୍ୟବଧାନ ରହିଲେ ଅଧିକ ସୁଫଳ ମିଳୁଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦୁଇ ଡୋଜ୍ ଟିକା ମଧ୍ୟରେ ଏହି ବ୍ୟବଧାନ ଯୋଗୁଁ ପ୍ରଥମ ଡୋଜ୍ ଟିକା ୭୬% ସୁରକ୍ଷା ଦେଇ ପାରୁଛି !
ମୁମ୍ବାଇ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଫିଲ୍ମ ’୮୩’ ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଜୁନ ୪ ତାରିଖରେ ଫିଲ୍ମ ରିଲିଜ ହେବ। ଏହି ଫିଲ୍ମ ହିନ୍ଦୀ ସମେତ ୫ଟି ଭାଷାରେ ରିଲିଜ ହେବ !
ନୂଆଦିଲ୍ଲୀ : ଦେଶର ସର୍ବପୁରାତନ ଦଳ କଂଗ୍ରେସ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ !
ନୂଆଦିଲ୍ଲୀ : ଲାଲ କିଲ୍ଲା ହିଂସା ମାମଲା” ଅଭିଯୁକ୍ତ ଲକ୍ଖା ସିଂହର ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ୨୩ରେ ଆଉ ଏକ ପ୍ରଦର୍ଶନ କରିବାକୁ ଘୋଷଣା !
ନୂଆଦିଲ୍ଲୀ : ତୈଳ ଦରରେ ନିଆଁ, ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଶନିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୯ ପଇସା ବୃଦ୍ଧି ପାଇ ଲିଟର ୯୦.୫୮ ଟଙ୍କା ରହିଛି । ସେହିପରି ଡିଜେଲ୍ ଦାମ୍ ମଧ୍ୟ ଲିଟର ପିଛା ୩୭ ପଇସା ବୃଦ୍ଧି ପାଇ ୮୦.୯୭ ହୋଇଛି !
ନୂଆଦିଲ୍ଲୀ : ପାଣି ପାଇଁ ହା ହା କାର ଆମେରିକା ର ଟେକ୍ସାସ୍ ବାସିନ୍ଦା, ବରଫ ତରଳାଇ ପିଉଛନ୍ତି ଦେଢ଼ କୋଟି ଲୋକ !
ହାଇଦ୍ରାବାଦ : ତେଲୁଗୁ ଫିଲ୍ମ ଅଭିନେତା ମୋହନ ବାବୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା, ନିଜ ଘରେ ବେଆଇନ ହୋର୍ଡ଼ିଂ ଲଗାଇଥିବା ଅଭିଯୋଗ !
ଚେନ୍ନାଇ : ତାମିଲନାଡୁରେ ଜଣେ ନବ ବିବାହିତ ଦମ୍ପତିଙ୍କୁ ତାଙ୍କ ସାଙ୍ଗମାନେ ବାହାଘରରେ ଅଜବ ଉପହାର ଦେଇଛନ୍ତି। କିଏ ପେଟ୍ରୋଲ ତ କିଏ ଗ୍ୟାସ ସିଲିଣ୍ଡର ଉପହାର ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି !
ନୂଆଦିଲ୍ଲୀ : ସୁପର କ୍ରିପ୍ଟୋ କରେନ୍ସି ବିଟକଏନ୍ ଏବେ ଲୋକପ୍ରିୟତାର ଶୀର୍ଷରେ, ଏସିଆ ବଜାରରେ ଟପିଲା ୧ ହଜାର କୋଟି ଡଲାର !
ପାନିପତ୍ : ବେକାରୀ ସମସ୍ୟା ଉତ୍କଟ, ପିଅନ ପଦବୀ ପାଇଁ ଆବେଦନ କଲେ ସିଭିଲ ଇଞ୍ଜିନିୟର ଓ କମ୍ପ୍ୟୁଟର ସାଇନ୍ସ ଡିଗ୍ରୀଧାରୀ !
ନୂଆଦିଲ୍ଲୀ : ପେଟ୍ରୋଲ୍-ଡିଜେଲ୍‌ର ଦାମ୍ ବୃଦ୍ଧିକୁ ନେଇ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ ଏନେଇ କହିଛିନ୍ତି ଯେ, ଏହା ଏକ ଗମ୍ଭୀର ମୁଦ୍ଦା । ଯେଉଁଥିରେ ମୂଲ୍ୟରେ ହ୍ରାସ କରିବା ଛଡ଼ା ଆଉ କୌଣସି ଉପାୟ ନାହିଁ ବା କୌଣସି ଉପାୟରେ ବ୍ୟବହାରକାରୀଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ !!
ମୁମ୍ବାଇ : କଂଗ୍ରେସ ମୁଖପାତ୍ର ସଚିନ ସାଓ୍ୱନ୍ତ ଜଣେ ବାଂଲାଦେଶୀର ଗିରଫଦାରୀକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ କାମ କରୁଥିଲେ । ଯାଞ୍ଚ ବେଳେ ସେ ବାଂଲାଦେଶୀ ବୋଲି ସ୍ପଷ୍ଟ ହୋଇଥିଲା । ଭାରତରେ ଜାଲ୍ କାଗଜପତ୍ରରେ ସେ ରହୁଥିବା କଂଗ୍ରେସ ନେତା କହିଛନ୍ତି !!
ନୂଆଦିଲ୍ଲୀ : କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି କର୍ଫ୍ୟୁ ଏବଂ ଲକ୍‌ଡାଉନ୍ ପୁଣି ଥରେ ଲାଗୁ କରିଛନ୍ତି ସରକାର। କେବଳ ମହାରାଷ୍ଟ୍ର ନୁହେଁ ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ହେଉଛି। କେରଳ, ପଞ୍ଜାବ, ମଧ୍ୟପ୍ରଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିଛି। ଏହାକୁ ନେଇ ନୂଆ ମ୍ୟୁଟେସନ୍ ଭୟ ଘାରିଛି !!
ନୂଆଦିଲ୍ଲୀ : ଚାଷୀ ନେତାଙ୍କୁ ଆସନ୍ତା କାଲି (ରବିବାର) ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ !
ମୁଜାଫରନଗର : କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର ମୁଜାଫରନଗର ପହଞ୍ଚିଛନ୍ତି । ସେଠାରେ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା ସମୟରେ ମୋଦି ସରକାରଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି !
ନୂଆଦିଲ୍ଲୀ : ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ, ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ !
ଅହମ୍ମଦାବାଦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍‌। ୨୪ ଫେବୃୟାରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ୍ ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି !
ବର୍ଲିନ : ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍ କରିଛନ୍ତି !
ମୁମ୍ବାଇ : ବିନ‌ା ହେଲମେଟ୍ ଓ ମାସ୍କରେ ଗାଡ଼ି ଚଳାଇ ତଣ୍ଡ ଗଣିଲେ ବଲିଉଡ୍ ଅଭିନେତା ବିବେକ ଓବରଏ !
ସିଡନୀ : ‘ଅନ୍‌ଷ୍ଟପେବଲ୍‌’ ନାଓମି ଓସାକା ଆମେରିକାର ବ୍ରାଡିଙ୍କୁ ଦେଲେ ମାତ୍‌, ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ !
ବିଜନୋର : ନଜୀବାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, “ବାହାବେଦୀରୁ ମଶାଣୀ” ଶାଶୁଘରକୁ ଆସିବା ବାଟରେ କାରକୁ ଧକ୍କା ଦେଲା ଟ୍ରାକ୍ଟର, ଚାଲିଗଲା ନବବଧୂର ଜୀବନ, ଅଳ୍ପକେ ବର୍ତ୍ତିଗଲା ବର !
ନୂଆଦିଲ୍ଲୀ : ଜଣେ ପୋଲିସକର୍ମୀ ଜଣେ ମହିଳାଙ୍କୁ କିସ କରୁଥିବା ନଜର ଆସିଛନ୍ତି। ମହିଳା କରୋନା ନିୟମ ଭାଙ୍ଗିଥିବା ଯୋଗୁଁ ପୋଲିସକର୍ମୀ ତାଙ୍କୁ ଅଟକାଇଥିଲେ। ମହିଳାଙ୍କୁ ଗୋଟିଏ ସର୍ତ୍ତରେ ଛାଡ଼ିଦେବେ ବୋଲି ସେ କହିଥିଲେ। ସର୍ତ୍ତ ହେଲା ତାଙ୍କୁ କିସ କରିବାକୁ ହେବ। ପରେ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି !
ଜାମ୍ମୁ-କାଶ୍ମୀର : ଦେଶଦ୍ରୋହ ମାମଲାରେ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌, ହାଜର ହେବାକୁ ନିର୍ଦ୍ଦେଶ !
ନାସିକ : ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ !
ମୁମ୍ବାଇ : ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ, ୧୩୦୫ ବିଲ୍ଡିଂ ସିଲ୍‌, ପୁଣି କଟକଣାରେ ୭୧ ହଜାରରୁ ଅଧିକ ପରିବାର !
ନୂଆଦିଲ୍ଲୀ: ରେଳ ଯାତ୍ରୀ (Train Passengers) ଙ୍କ ପାଇଁ ଏକ ଖୁସି ଖବର ଅଛି । ଯାତ୍ରୀମାନଙ୍କୁ ରିହାତି ପ୍ରଦାନ କରି ଭାରତୀୟ ରେଳ (Indian Railways) ଫେବୃଆରୀ ୨୨ରୁ ୩୫ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି !
ଲକ୍ଷ୍ନୌ: ୟୁପିରେ ‘ଡିଏନ୍‌ଏ ପଲିଟିକ୍ସ’ର ଏଣ୍ଟ୍ରି: ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅଖିଳେଶ, ‘DNA ଫୁଲ୍ ଫର୍ମ କହିଲେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗଣାଯିବ’ !
ମଧ୍ୟପ୍ରଦେଶ: ଜଣେ ମହିଳାଙ୍କ ପ୍ରତି ବର୍ବରତାର ସୀମା ଟପିଛି। ହସ୍ପିଟାଲକୁ ଯାଇଥିବା ଏକ ମହିଳାଙ୍କୁ ସୁରକ୍ଷାକର୍ମୀ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଫିଙ୍ଗିଦେଇଛନ୍ତି। ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି !
ନୂଆଦିଲ୍ଲୀ : ଋଷିଆରେ ମଣିଷଙ୍କ ଦେହରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭୂତାଣୁ !
ମୁମ୍ୱାଇ : ଦକ୍ଷିଣ ମୁମ୍ୱାଇର ଜଣେ ବ୍ୟବସାୟୀଙ୍କୁ ଫେସ୍‌ବୁକ୍‌ରେ ଭିଡିଓ କଲ୍ କରି ଅଶ୍ଲୀଳ କାର୍ଯ୍ୟ ଦେଖାଇବା ଏବଂ ପରେ ତାଙ୍କୁ ବ୍ଲାକ୍‌ମେଲ୍ କରିବା ଅଭିଯୋଗରେ ମୁମ୍ୱାଇ ପୋଲିସ୍ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଫେସ୍‌ବୁକ୍ ସାହାର୍ଯ୍ୟ ନେଇ ସେ ଉକ୍ତ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରୁଥିବା ପୋଲିସ୍ ପାଖରେ ଅଭିଯୋଗ ହୋଇଛି !
ତିରୁଅନନ୍ତପୁରମ : ୨ଦିନ ତଳେ ବିଜେପିରେ ମିଶିଥିଲେ, ଏବେ କରୁଛନ୍ତି କଂଗ୍ରେସ ନେତାଙ୍କ ପ୍ରଶଂସା: ମେଟ୍ରୋମ୍ୟାନ୍ କହିଲେ ଓମେନ ଚାଣ୍ଡି ପୁଣି ଥରେ ହୁଅନ୍ତୁ ମୁଖ୍ୟମନ୍ତ୍ରୀ !
ନୂଆଦିଲ୍ଲୀ : କୋଟିଆ ପ୍ରସଙ୍ଗକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ !
ନୂଆଦିଲ୍ଲୀ : ଭାରତ ଏବଂ ଚୀନ ଭିତରେ କମାଣ୍ଡରସ୍ତରୀୟ ବୈଠକ ହୋଇଛି । ବିବାଦୀୟ ପାଙ୍ଗଙ୍ଗ ଲେକ୍‌ରୁ ଉଭୟ ଦେଶର ସେନା ପଛକୁ ହଟିବା ପରେ ଏବେ ଅନ୍ୟ ବିବାଦୀୟ ଇଲାକାରୁ ସେନା ଅପସାରଣ ନେଇ ଆଲୋଚନା ହୋଇଛି । ପ୍ରଥମ ପର୍ଯ୍ୟାୟ ସଫଳତା ପରେ ଏବଂ ହଟ୍ ସ୍ପ୍ରିଙ୍ଗ, ଗୋଗ୍ରା ଏବଂ ଡେପସାଙ୍ଗ୍ ଅଞ୍ଚଳରୁ ଉତ୍ତେଜନା ଥମିବା ନେଇ ବୈଠକରେ ଜୋର ଦିଆଯାଇଛି !
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ପୁଣି ଏକ ବ୍ୟାଙ୍କର କାରବାରରେ ପ୍ରତିବନ୍ଧ ଲଗାଇଛନ୍ତି । କର୍ଣ୍ଣାଟକର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କାରବାରରେ ରୋକ୍ ଲଗା ଯାଇଛି । ଏହା ପରେ ବ୍ୟାଙ୍କ କୌଣସି ନୂଆ ଋଣ ଦୋଇପାରିବନି କି କୌଣସି ନୂଆ ଜମା ସ୍ୱୀକାର କରିପାରିବ ନାହିଁ ବୋଲି ଆର୍‌ବିଆଇ କହିଛି !
ମୁମ୍ବାଇ : ବଲିଉଡ ଅଭିନେତା ଅମିତାଭଙ୍କ ମୁମ୍ବାଇସ୍ଥିତ ବାସଭବନର ସୁରକ୍ଷା ଶନିବାର କଡ଼ାକଡ଼ି କରାଯାଇଛି। ତାଙ୍କ ଘର ଆଗରେ ପୋଲିସ ପ୍ରହରା ବ୍ୟବସ୍ଥା ମଧ୍ୟ ହୋଇଛି। ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ବୟାନ ପରେ ପରେ ମୁମ୍ବାଇ ପୋଲିସ ଏହି ସୁରକ୍ଷା ବ୍ୟବସ୍ଥା କରିଛି ! ! ଶୁଭ ରାତ୍ରୀ !

Leave A Reply

Your email address will not be published.