ନନ୍ଦନକାନନ-ମନୋଜ ଗଲେ ପୁଣି ଆସିଲେ ମନୋଜ

0 296

ବାରଙ୍ଗ,୩/୧୨(ଏସଏସନିୟୁଜ)ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜମହାପାତ୍ର ।ତାଙ୍କସ୍ଥାନରେ ଯୋଗଦେଲେ ଆଇଏଫଏସ ଅଫିସର ମନୋଜ ଭି ନାୟାର ।ଭୁବନେଶ୍ୱରଆଂଚଳିକସଂରକ୍ଷକ ମନୋଜମହାପାତ୍ର ଅତିରିକ୍ତଭାବେ ନନ୍ଦନକାନନ ନିର୍ଦ୍ଦେଶକଭାବେ ଗତ୪ମାସତଳେ ଦାୟିତ୍ୱ ଗ୍ରହଣ କରିଥିଲେ । ୪ମାସପରେ ଏବେ ନନ୍ଦନକାନନର ନୁଆ ନିର୍ଦ୍ଦେଶକ ଭାବେ ମନୋଜ ଭି ନାୟାର ଦାୟିତ୍ୱଗ୍ରହଣ କରିଛନ୍ତି ।ଦାୟିତ୍ୱ ନେବାପରେ ନୁଆ ନିର୍ଦ୍ଦେଶକ ଶୁକ୍ରବାରଦିନ ନନ୍ଦନକାନନ ପରିଭ୍ରମଣ କରିଫେରିଛନ୍ତି ।ମନୋଜ ଭି ନାୟାର ପୁର୍ବରୁ ୨୦୧୩ରୁ୨୦୧୪ଜୁନ ପର୍ଯ୍ୟନ୍ତ ୧ବର୍ଷପାଇଁ ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିଥିଲୋଏହାପରେ ଡେପୁଟେସନରେ ଡେରାଡୁନ ଯାଇଥିଲେ ।ତାଙ୍କର ପଦୋନ୍ନତି ପରେ ଏବେ ନନ୍ଦନକାନନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣକରିଛନ୍ତି । (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.